ଶରତଙ୍କ ନେତୃତ୍ୱରେ ସଫଳତା ପାଇବୁ: ନିରଞ୍ଜନ

ଶରତଙ୍କ ନେତୃତ୍ୱରେ ସଫଳତା ପାଇବୁ: ନିରଞ୍ଜନ

ଶରତଙ୍କ ନେତୃତ୍ୱରେ ସଫଳତା ପାଇବୁ: ନିରଞ୍ଜନ

ଭୁବନେଶ୍ୱର: ପିସିସି ସଭାପତି ପଦରୁ ବିଦାୟ ନେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ତାଙ୍କ ଇସ୍ତଫାପତ୍ରକୁ ଏଆଇସିସି ଗ୍ରହଣ କରିବା ପରେ ଶରତ ପଟ୍ଟନାୟକଙ୍କୁ ନୂଆ ପିସିସି ସଭାପିତି ନଯୁକ୍ତ କରାଯାଇଛି । ଏ ନେଇ ନିରଞ୍ଜନ ଆଜି ଶରତଙ୍କୁ ବଧେଇ ଜଣାଇଛନ୍ତି । ଶରତଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ବଢ଼ିବ ଓ ସଫଳତା ପାଇବ ବୋଲି ନିରଞ୍ଜନ କାମନା କରିଛନ୍ତି । ଏହାସହ ତାଙ୍କ କାର୍ଯ୍ୟକାଳ ସମୟରେ ସମସ୍ତ ପ୍ରକାର ସହଯୋଗ କରିଥିବାରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଦଳର ନେତା ରାହୁଲ ଗାନ୍ଧି, ପ୍ରଭାରୀ. ଏ.ଚେଲ୍ଲାକୁମାର, ପୂର୍ବତନ ସଭାପତି ଜିତେନ୍ଦ୍ର ସିଂଙ୍କ ସମେତ ରାଜ୍ୟର ସବୁ ନେତାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।