ଲଜ୍ଜା: ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ
ଲଜ୍ଜା: ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ
ପୁରୀ: ପୁରୀ ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଟାଉନ ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ରବିବାର ଦିନ ୧୧ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି । ପୀଡିତା ନାବାଳିକାକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପୁରୀ ଏସପି ପୀଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ ୪ଟି ଟିମ ଗଠନ ହୋଇଛି । ଘଟଣାକୁ ନେଇ ପୋଲିସ ୧୮/୨୨ରେ ଏକ ମାମଲା ରୁଜ୍ଜୁ କରିଛି ।ଖୁବ ଶୀଘ୍ର ଅଭିଯୁକ୍ତକୁ ପୋଲିସ ଧରିବ ବୋଲି ଏସପି କେ. ବିଶାଳ ସିଂ କହିଛନ୍ତି ।




admin 