ଚର୍ଚ୍ଚାରେ ଦୀପିକାଙ୍କ ବୋଲ୍ଡ ସିନ୍

ଚର୍ଚ୍ଚାରେ ଦୀପିକାଙ୍କ ବୋଲ୍ଡ ସିନ୍

ଚର୍ଚ୍ଚାରେ ଦୀପିକାଙ୍କ ବୋଲ୍ଡ ସିନ୍

ମୁମ୍ବାଇ: ଆସନ୍ତା ଫେବ୍ରୁଆରୀ ୧୧ରେ ରିଲିଜ୍ ହେଉଛି ବଲିଉଡର ନୂଆ ଫିଲ୍ମ ଗେହରାୟିଆଁ । ଏହି ଫିଲ୍ମ ରିଲିଜ୍ ପୂର୍ବରୁ ଏବେ ଏବେ ଜାରି ହୋଇଥିବା ଟିଜର ଛାଇଗଲାଣି ସୋସିଆଲ ମିଡିଆ ପ୍ଲାଟଫର୍ମରେ । ୟୁଟୁ୍ୟବରୁ ଇନଷ୍ଟ୍ରାଗ୍ରାମ, ଫେସବୁକ୍, ଟ୍ୱିଟର ଏବଂ ଟେଲିଗ୍ରାମରେ ହଙ୍ଗାମା କଲାଣି ଟିଜର ଭିଡିଓ । ଏହାର ମୁଖ୍ୟ ଆକର୍ଷଣ ବଲିଉଡ ବିୟୁଟି ଦୀପିକା ପାଦୁକୋନ । ଟିଜରରେ ଦୀପିକା ପାଦୁଦୋନ ଓ ଫିଲ୍ମର ନାୟକ ସିଦ୍ଧାନ୍ତ ଚତୁର୍ବେଦୀ ସହ ଜୋରଦାର ହଟ୍ ସିନ୍ ଦେଇଥିବା ଦେଖିବାକୁ ମିଳିଛି । ଯାହା ଏବେ ବି-ଟାଉନରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ନିଜଠୁ ୮ ବର୍ଷ ସାନ ତଥା ନୂଆ ନାୟକଙ୍କ ସହ ଦୀପିକା ଲଗାତାର କିସିଂ ସିନ୍ କରିବା ଓ ବେଡରୁମ ସିନ୍ ଦେଖି ସବୁ କିମିଆ ହୋଇଯାଇଛନ୍ତି । ଟିଜର ରିଲିଜ୍ ହେବା ସହ ୟୁ-ଟୁ୍ୟବରେ ମିଲିଅନ ମିଲିଅନ ଲୋକେ ତାହାକୁ ଦେଖିଥିଲେ । ଗଦାଗଦା କମେଣ୍ଟ ବି ଦେଇଥିଲେ । 

  ଫିଲ୍ମରେ ଦୀପିକା ଓ ସିଦ୍ଧାନ୍ତଙ୍କ ସହ ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବି ଅଛନ୍ତି । ଏହାବାଦ୍ ନାସିରୁଦ୍ଧିନ୍ ଶାହ ଅଛନ୍ତି ଦୀପିକାଙ୍କ ପିତା ଭୂମିକାରେ । ଫିଲ୍ମରେ ଅନନ୍ୟା ଓ ଦୀପିକା ସମ୍ପର୍କୀୟ ଭଉଣୀ (କଜନ) ହୋଇଥିବାବେଳେ ସିଦ୍ଧାନ୍ତଙ୍କ ସହ ଅନନ୍ୟାଙ୍କ ବିବାହ ସ୍ଥିର ହୋଇସାରିଛି । ଦୀପିକା ପୂର୍ବରୁ ବିବାହିତ ଅଛନ୍ତି ଫିଲ୍ମରେ । ତେବେ କୌଣସି ଏକ ଦୁର୍ବଳ ମୂହୁର୍ତ୍ତରେ ଦୀପିକା ଓ ସିଦ୍ଧାନ୍ତଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଛି । ଉଭୟଙ୍କ ଭିତରେ ବହୁ କିସ୍ ସିନ ଓ ବେଡ ରୁମ ସିନ୍ ରହିଛି ଫିଲ୍ମରେ । ଯଦିଓ ରଣବୀର କପୁର, ଅର୍ଜୁନ କପୁର, ରଣବୀର ସିଂଙ୍କ ଭଳି ଅଭିନେତାଙ୍କ ସହ ପୂର୍ବରୁ ଦୀପିକା ଫିଲ୍ମରେ କିସିଂ ସିନ୍ କରିଛନ୍ତି, ହେଲେ ଦୀପିକାଙ୍କ ଏଭଳି ବୋଲ୍ଡ ଅବତାର ପୂର୍ବରୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । ଆସନ୍ତା ୧୧ ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହେବ ଧର୍ମା ପ୍ରଡକସନର ଏହି ଫିଲ୍ମ । ଏହାକୁ ନେଇ ଦୀପିକାଙ୍କ ଫ୍ୟାନମାନେ ବେଶି ଉତ୍ସାହିତ ଅଛନ୍ତି । ଫିଲ୍ମର ହଟ୍ ସିନ ନେଇ ଦୀପିକା କହିଛନ୍ତି, ଏଭଳି ସିନ ସୁଟ୍ କରିବା ନିହାତି ଭାବେ କଷ୍ଟକର ଥିଲା । ତେବେ ବଲିଉଡରେ ଏହା ନୂଆ ନୁହେଁ । ନିଦେ୍ର୍ଧଶକ ଏଭଳି ପରିବେଶରେ ସିନକୁ ଏଭଳି ସୁଟ୍ କରାଇଥିଲେ, ପୂରା ସୁରକ୍ଷିତ ଅନୁଭବ କରିଥିଲି । ତେଣୁ ବିଶେଷ ସମସ୍ୟା ହୋଇନଥିଲା ।