ମହିଳା ହିଂସା ବିରୋଧୀ ଦିବସ

ମହିଳା ହିଂସା ବିରୋଧୀ ଦିବସ

ମହିଳା ହିଂସା ବିରୋଧୀ ଦିବସ
ଜାତିସଂଘ’ ଅନୁମୋଦନକ୍ରମେ ପ୍ରତି ବର୍ଷ ନଭେମ୍ବର ୨୫ରେ ପାଳନ କରାଯାଉଛି ‘ଅନ୍ତର୍ଜାତୀୟ ମହିଳା ହିଂସା ବିରୋଧୀ ଦିବସ’ ବା ଇଂରେଜୀରେ ‘ଇନଟରନେସ୍ନାଲ ଡେ ଫର ଦ ଏଲିମିନେସନ ଅଫ ଭାଓଲେନ୍ସ ଏଗନେସ୍ଟ ୱିମେନ୍’ । ମହିଳାଙ୍କ ବିରୋଧରେ ହେଉଥିବା ଘରୋଇ ହିଂସା, କର୍ମ କ୍ଷେତ୍ରରେ ନିର୍ଯାତନା, ଧର୍ଷଣ ଓ ଅନ୍ୟ ଅପରାଧ ଆଦି ରୋକିବା, ଏହି ଦିବସ ପାଳନର ଲକ୍ଷ୍ୟ । ଡୋମିନିକାନ୍ ରିପବ୍ଲିକରେ ୧୯୬୦ ନଭେମ୍ବର ୨୫ରେ ମିରାବେଲ୍ ଭଗିନୀ ତ୍ରୟ (ପାଟି୍ରଆ, ମିନର୍ଭା ଓ ମାରିଆ ଟେରେସା ମିରାବେଲ୍)ଙ୍କୁ ହତ୍ୟା କରାଯାଇଥିଲା । ସେମାନେ ସେଠାକାର ସ୍ୱୈରଶାସକ ରଫେଲ ଟ୍ରୁଜିଲୋଙ୍କୁ ବିରୋଧ କରୁଥିଲେ । ରଫେଲଙ୍କୁ କୁଶାସନ ଓ କୁକାର୍ଯ୍ୟ ବିରୋଧରେ ଲଢ଼ି ଅତ୍ୟନ୍ତ ସାହସିକତାର ପରିଚୟ ଦେଇଥିଲେ । ସେମାନଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ ଏବେ ବି ଅନୁ୍ୟନ ୩୫ ପ୍ରତିଶତ ମହିଳା ନିଜ ଜୀବନ କାଳର କୌଣସି ନା କୌଣସି ସମୟରେ ନିର୍ଯାତିତ ହେଉଛନ୍ତି । ୨୦୧୭ରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ନିଜର ପରିଚିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରତି ଦିନ ୧୩୭ ଜଣ ମହିଳା ହତ୍ୟାର ଶିକାର ହେଉଛନ୍ତି । ୬୫ କୋଟି ବାଳିକା ବିବାହ ହେଉଛି । ୧୮ ବର୍ଷରୁ କମ୍ ବୟସ୍କ ଦେଢ଼ କୋଟି ବାଳିକା ଧର୍ଷଣର ଶିକାର ହେଉଛନ୍ତି ।