ଭାଉଜକୁ ବିବାହ ପାଇଁ ନିଦେ୍ର୍ଧଶ ଦେଲା ଖାପ ପଞ୍ଚାୟତ : ଯୁବକ ନେଲେ ଏପରି ପଦକ୍ଷେପ

ଭାଉଜକୁ ବିବାହ ପାଇଁ ନିଦେ୍ର୍ଧଶ ଦେଲା ଖାପ ପଞ୍ଚାୟତ : ଯୁବକ ନେଲେ ଏପରି ପଦକ୍ଷେପ

ଭାଉଜକୁ ବିବାହ ପାଇଁ ନିଦେ୍ର୍ଧଶ ଦେଲା ଖାପ ପଞ୍ଚାୟତ : ଯୁବକ ନେଲେ ଏପରି ପଦକ୍ଷେପ
ରାମଗଡ : ଦେଶରେ ନ୍ୟାୟିକ ବ୍ୟବସ୍ଥା ରହିଥିଲେ ମଧ୍ୟ ବିଭିନ୍ନ ସମୟରେ ଖାପ ପଞ୍ଚାୟତ ବିଷୟରେ ଶୁଣିବାକୁ ମିଳିଥାଏ । ଏପରି ଏକ ଘଟଣା ଝାରଖଣ୍ଡର ରାମଗଡରେ ଦେଖିବାକୁ ମିଳିଛି । ନିଜ ଭାଉଜକୁ ବିବାହ କରିବା ପାଇଁ ଖାପ ପଞ୍ଚାୟତ ପକ୍ଷରୁ ନିଦେ୍ର୍ଧଶ ଦିଆଯିବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଆଉ ଜଣେ ମହିଳାଙ୍କ ସହିତ ପରକୀୟା ପ୍ରିତୀରେ ଯୁବକ ଜଣକ ଲିପ୍ତ ରହିଥିବା ବେଳେ ଧର ପଡି ଯାଇଥିଲେ । ଏହାପରେ ନିଜର ବିଧବା ଭାଉଜଙ୍କୁ ବିବାହ କରିବାକୁ ନିଦେ୍ର୍ଧଶ ଦେଇଥିଲେ ଖାପ ପଞ୍ଚାୟତ । ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଯୁବକ ଜଣକ ସମାନ ରାତିରେ ଫାଶୀ ଲଗାି ଆତ୍ମହତ୍ୟା କରିଥିବା ଜଣାପଡିଛି । ଉକ୍ତ ଯୁବକଙ୍କ ନାମ ଲବ କୁମାର ଏବଂ ସେ ରାମଗଡର ରୋଲା ବଗିଚା ଅଞ୍ଚଳର ବାସିନ୍ଦା । ଏହି ଘଟଣାକୁ ଯୁବକଙ୍କ ପିତା ସୁଖଲାଲ ମାହତୋ ପୋଲିସ ଦ୍ୱାରସ୍ଥ ହୋଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି ।