କରୋନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପେନସନଭୋଗୀଙ୍କ ଅନୁପସ୍ଥିତିରେ ଦିଆଯିବ ପେନସନ୍

କରୋନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପେନସନଭୋଗୀଙ୍କ ଅନୁପସ୍ଥିତିରେ ଦିଆଯିବ ପେନସନ୍

କରୋନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପେନସନଭୋଗୀଙ୍କ ଅନୁପସ୍ଥିତିରେ ଦିଆଯିବ ପେନସନ୍
ଭୁବନେଶ୍ୱର: କୋଭିଡ-୧୯ ମହାମାରୀ କଠିନ ସମୟରେ ପେନସନଭୋଗୀଙ୍କ ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ପ୍ରଥମ ଥର ପାଇଁ ପେନସନ ଗ୍ରହଣକାରୀଙ୍କ ଅନୁପସ୍ଥିତିରେ ଗ୍ରାଚୁ୍ୟଇଟି ଓ କମୁ୍ୟଟେଡ ପେନସନ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ୨୦୨୧ ମେ’ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ବାର୍ଷିକ ଜୀବନ ପ୍ରମାଣ ପତ୍ର, ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକ ନିୟୋଜନ ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ ପାଇଁ ସମୟସୀମାକୁ ୨୦୨୦ ନଭେମ୍ବରରୁ ୨୦୨୧ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପେନସନ ଭୋଗୀମାନେ ନିଜର ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଓ ରାଜ୍ୟ ସରକାରଙ୍କ କୋଭିଡ ନିୟମ ପାଳନ ନିମନ୍ତେ ନିଜର ବାର୍ଷିକ ଜୀବନ ପ୍ରମାଣ ୨୦୨୦ ନଭେମ୍ବର ପରିବର୍ତ୍ତେ ୨୦୨୧ ମେ’ମାସରେ ନିଜର ପେନସନ ପ୍ରଦାନ କାରୀ ସଂସ୍ଥା (ଟ୍ରେଜେରି, ବ୍ୟାଙ୍କ)ରେ ପ୍ରଦାନ କରିବାକୁ ଅର୍ଥ ବିଭାଗ ଅନୁରୋଧ କରିଛି । କରୋନା ସମୟରେ ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାର ସୂତ୍ର ଅଧିନରେ ପେନସନ ତଥା ପରିବାର ପେନସନଭୋଗୀଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ।