ଭଲ ଖବର : ୩ ଲକ୍ଷ ଅତିକ୍ରମ କଲା ଆରୋଗ୍ୟଙ୍କ ସଂଖ୍ୟା
ଭଲ ଖବର : ୩ ଲକ୍ଷ ଅତିକ୍ରମ କଲା ଆରୋଗ୍ୟଙ୍କ ସଂଖ୍ୟା
admin
Nov 17, 2020 - 15:11
Updated: Nov 17, 2020 - 15:11
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ଗ୍ରାଫ ଦିନକୁ ଦିନ ତଳୁଆ ହେବାରେ । ଏହା ସହିତ ନିୟମିତ ଭାବରେ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ମଧ୍ୟ ଲାଗିଛି । ଆଜି ରାଜ୍ୟରେ ୧୩୧୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସମୁଦାୟ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ପାର କରିଛି ।
ଆଜିର ଆରୋଗ୍ୟଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୪୪ ଜଣ ରହିଛନ୍ତି । ଏହା ବ୍ୟତିତ ଖୋର୍ଦ୍ଧାରୁ ୧୪୩, ସୁନ୍ଦରଗଡରୁ ୧୧୬, ମୟୁରଭଞ୍ଜରୁ ୮୭, ପୁରୀରୁ ୭୭, ଜଗତସିଂହପୁରରୁ ୭୪, ବରଗଡରୁ ୬୨, ଯାଜପୁରରୁ ୫୫, କେନ୍ଦ୍ରାପଡାରୁ ୫୪, ବାଲେଶ୍ୱରରୁ ୫୩, ଅନୁଗୁଳରୁ ୪୪, ବଲାଙ୍ଗୀରରୁ ୪୨, କେନ୍ଦୁଝରରୁ ୪୨, ନୂଆପଡାରୁ ୪୧, ସମ୍ବଲପୁରରୁ ୩୭, କଳାହାଣ୍ଡିରୁ ୩୫, କୋରାପୁଟରୁ ୩୧, ଭଦ୍ରକରୁ ୨୩, ନୟାଗଡରୁ ୨୩, ସୋନପୁରରୁ ୧୯, ଢେଙ୍କାନାଳରୁ ୧୬, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୪, ଗଞ୍ଜାମରୁ ୧୨, କନ୍ଧମାଳରୁ ୯, ଝାରସୁଗୁଡାରୁ ୮, ବୌଦ୍ଧରୁ ୫, ରାୟଗଡାରୁ ୩, ଦେବଗଡରୁ ୨, ଗଜପତିରୁ ୧ ଏବଂ ଷ୍ଟେଟପୁଲରୁ ୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୭୪ରେ ପହଞ୍ଚିଛି ।