‘ଜମ୍ମୁ କାଶ୍ମୀରକୁ ଆତଙ୍କବାଦ ଯୁଗକୁ ନେବାକୁ ଚାହୁଁଛି ଗୁପକାର ମେଣ୍ଟ’

‘ଜମ୍ମୁ କାଶ୍ମୀରକୁ ଆତଙ୍କବାଦ ଯୁଗକୁ ନେବାକୁ ଚାହୁଁଛି ଗୁପକାର ମେଣ୍ଟ’

‘ଜମ୍ମୁ କାଶ୍ମୀରକୁ ଆତଙ୍କବାଦ ଯୁଗକୁ ନେବାକୁ ଚାହୁଁଛି ଗୁପକାର ମେଣ୍ଟ’
‘ଜମ୍ମୁ କାଶ୍ମୀରକୁ ଆତଙ୍କବାଦ ଯୁଗକୁ ନେବାକୁ ଚାହୁଁଛି ଗୁପକାର ମେଣ୍ଟ’ ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁପକାର ମେଣ୍ଟକୁ ସମାଲୋଚନା କରିଛନ୍ତି । ଏହି ମେଣ୍ଟ ଜମ୍ମୁ କାଶ୍ମୀରକୁ ଆତଙ୍କବାଦ ଯୁଗକୁ ଫେରାଇ ନେବାକୁ ଚାହୁଁଛି ବୋଲି ଶାହା ମତ ଦେଇଛନ୍ତି । କଂଗ୍ରେସ ସହିତ ଏହି ମେଣ୍ଟର ସଦସ୍ୟ ମାନେ ଜମ୍ମୁ କାଶ୍ମୀରକୁ ଆତଙ୍କବାଦ ଯୁଗକୁ ଫେରାଇନେବେ ବୋଲି ଟ୍ୱିଟ କରିଛନ୍ତି ଶାହା । ଏହି ଗ୍ୟାଙ୍ଗ ବର୍ତ୍ତମାନ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ଏକାଧିକ ଟ୍ୱିଟ ମାଧ୍ୟମରେ ଗୁପକାର ମେଣ୍ଟ ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି ଶାହା । ଗତବର୍ଷ ଅଗଷ୍ଟ ମାସରେ ବିଜେପି ସରକାର ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହିତ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । କଂଗ୍ରେସ ପ୍ରଥମରୁ ଏହାକୁ ବିରୋଧ କରୁଥିବା ବେଳେ ବର୍ତ୍ତମାନ ଏହି ଧାରାରେ ନିଜକୁ ସାମିଲ କରିଛି ଗୁପକାର ମେଣ୍ଟ । ଦଳିତ, ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଧିକାରକୁ ଏହି ରାଜନୈତିକ ଦଳ ମାନେ କ୍ଷୁର୍ଣ୍ଣ କରିବାକୁ ଚାହୁଁଛନ୍ତି ବୋଲି ଶାହା ଟ୍ୱିଟ କରିଛନ୍ତି । ଜମ୍ମୁ କାଶ୍ମୀର ସଦାସର୍ବଦା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା ଏବଂ ରହିବ । ତେଣୁ ଭାରତର ଲୋକଙ୍କ ସହିତ ଗୁପକାର ଗ୍ୟାଙ୍ଗ ଯିବା ଉଚିତ ନଚେତ ଜନତା ଏହି ଦଳକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଶାହା କହିଛନ୍ତି । ସେହିପରି କଂଗ୍ରେସ ଏବଂ ଗୁପକାର ଗ୍ୟାଙ୍ଗ ମଧ୍ୟରେ ହୋଇଥିବା ମେଣ୍ଟକୁ ଟାର୍ଗେଟ କରିଛନ୍ତି । ଗୁପକାର ଗ୍ୟାଙ୍ଗର ସଦସ୍ୟ ମାନେ ତ୍ରିରଙ୍ଗାକୁ ଅସମ୍ମାନ କରୁଥିବା ବେଳେ ଏହାକୁ ନେଇ ଉଭୟ ସୋନିଆ ଏବଂ ରାହୁଲ ଗାନ୍ଧୀ ନିଜର ପକ୍ଷ ସ୍ପଷ୍ଟ କରନ୍ତୁ ବୋଲି ଶାହା କହିଛନ୍ତି । ଭାରତର ଜନସାଧାରଣଙ୍କ ସମ୍ମୁଖରେ ସୋନିଆ ଏବଂ ରାହୁଲ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶାହା ଟ୍ୱିଟ କରିଛନ୍ତି ।