୭୪୪ ଡାକ୍ତର କରୋନାରେ ମୃତୁ୍ୟ ବରଣ କରିଛନ୍ତି

୭୪୪ ଡାକ୍ତର କରୋନାରେ ମୃତୁ୍ୟ ବରଣ କରିଛନ୍ତି

୭୪୪ ଡାକ୍ତର କରୋନାରେ ମୃତୁ୍ୟ ବରଣ କରିଛନ୍ତି
ଚେନ୍ନାଇ: ଏଇ ବର୍ଷକ ଭିତରେ ଦେଶରେ କୋଭିଡରେ ପ୍ରାଣ ହରାଇଥିବା ଡାକ୍ତରମାନଙ୍କ ସଂଖ୍ୟାକୁ ସରକାର ଠିକରେ ଉପସ୍ଥାପନ ନ କରି ତାହାକୁ ଅଣଦେଖା କରୁଥିବାରୁ ଭାରତୀୟ ଭେଷଜ ସଂଘ (ଆଇଏମଏ) ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛି । ଅପରପକ୍ଷେ, ମହାମାରୀ କୋଭିଡରେ ମାତ୍ର ୧୬୨ ଜଣ ଡାକ୍ତର ଆଖି ବୁଜିଛନ୍ତି ବୋଲି ସରକାର କହୁଥିବା ବେଳେ ବାସ୍ତବରେ ୭୪୪ ଜଣ ଡାକ୍ତରଙ୍କର ମୃତୁ୍ୟ ଘଟିଛି ବୋଲି ଆଇଏଏମ ଦାବି କରିବା ସହ ମୃତ ଡାକ୍ତରଙ୍କର ତାଲିକା ମଧ୍ୟ ପ୍ରକାଶ କରିଛି । ସେହିପରି ସରକାର ସମ୍ପୃକ୍ତ ଡାକ୍ତରମାନଙ୍କୁ ଏପରି ଅଣଦେଖା କରିବା ସହ ସେମାନଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାରେ ଟାଳଟୁଳ ନୀତି ଆପଣାଇଥିବାରୁ ସଂଘର ସଭାପତି ଡା. ଜେ.ଏ ଜୟଲାଲ କ୍ଷୋଭ ପ୍ରକାଶ କରିଛନ୍ତି । ସରକାର ସମ୍ପୃକ୍ତ ଡାକ୍ତରମାନଙ୍କ ଅବଦାନକୁ ପ୍ରାଧାନ୍ୟ ଦେଇ ଏ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଡା. ଜୟଲାଲ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଚିଠି କରିଛନ୍ତି । ମଙ୍ଗଳବାର ରାଜ୍ୟସଭାରେ କେରଳ ସାଂସଦ ବିନୟ ବିଶ୍ୱମଙ୍କ ପ୍ରଶ୍ନର ୁତ୍ତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ କୋଭିଡରେ ଏ ଯାଏ ୧୬୨ ଡାକ୍ତର, ୧୦୭ ନର୍ସ ଓ ୪୪ ଜଣ ଆଶାକର୍ମୀଙ୍କର ପରଲୋକ ଘଟିଛି ।