ରାଜ୍ୟରୁ ଆଜି ୩୭୭୭ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ରାଜ୍ୟରୁ ଆଜି ୩୭୭୭ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ରାଜ୍ୟରୁ ଆଜି ୩୭୭୭ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ବର : ରାଜ୍ୟରେ ଆଜି ୩ହଜାର ୭୭୭କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୧୯୧ଜଣ ଚିହ୍ନଟ ହୋଇଥିବାବେଳେ ୧୫୮୬ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୬ହଜାର୮୯୪ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୪ ହଜାର୧୬୩ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୧ ଲକ୍ଷ୮ ହଜାର ୨୯୫ଜଣ। ଖୋର୍ଦ୍ଧାରୁ ସର୍ବାଧିକ ୮୧୫ ରହିଥିବାବେଳେ ଅନୁଗୁଳୁରୁ ୧୧୫, ବାଲେଶ୍ବରରୁ ୧୨୭, ବରଗଡରୁ ୧୩୯, ଭଦ୍ରକରୁ ୬୭, ବଲାଙ୍ଗିରରୁ ୫୧, ବୌଦ୍ଧରୁ ୨୬, କଟକରୁ ୩୬୮, ଦେବଗଡରୁ ୧୪,ଢେଙ୍କାନାଳରୁ ୬୭, ଗଜପତିରୁ ୧୩, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୩୩, ଝାରସୁଗୁଡାରୁ ୭୦, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୪୯, କେନ୍ଦ୍ରାପଡାରୁ ୧୪୮, କେଉଁଝରରୁ ୭୮, କୋରାପୁଟରୁ ୯୮, ମାଲକାନଗିରିରୁ ୨୬, ମୟୂରଭଞ୍ଜରୁ ୫୮, ନବରଙ୍ଗପୁରରୁ ୧୦୭, ନୟାଗଡରୁ ୭୧, ନୂଆପଡାରୁ ୭୩, ପୁରୀରୁ ୨୩୭, ରାୟଗଡାରୁ ୭୫, ସମ୍ବଲପୁରୁ ୧୧୨ ଓ ସୋନପୁରରୁ ୭୨ ଜଣ ଲେଖାଏଁ ରହିଥିବାବେଳେ ସୁନ୍ଦରଗଡରୁ ୧୪୮ ଜଣ ରହିଛନ୍ତି । ସେହିପରି ଷ୍ଟେଟପୁଲ୍‌ରୁ୨୦୬ ଜଣ ରହିଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।