ରାଜ୍ୟରେ ସୁସ୍ଥ ହୋଇ ଫରିଲେ ଆଉ ଦଶ ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହୋଇ ଫରିଲେ ଆଉ ଦଶ ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହୋଇ ଫରିଲେ ଆଉ ଦଶ ଜଣ କରୋନା ଆକ୍ରାନ୍ତ
ଆଜି ଦିନର ସବୁଠୁ ଭଲ ଖବର ହେଉଛି, ରାଜ୍ୟର ଆଉ ୧୦ ଜଣ କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେମାନଙ୍କ ରକ୍ତ ନମୂନା ପରୀକ୍ଷା ପରେ ସେମାନେ ସଂପୂର୍ଣ୍ଣ କରୋନା ମୁକ୍ତ ବୋଲି ଜଣା ପଡିଛି। ଭୁବନେଶ୍ବରର ୫ ଜଣ, ଭଦ୍ରକର ୨ ଜଣ, ପୁରୀ, କଟକ ଓ ଯାଜପୁର ର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୂର୍ବରୁ ଭୁବନେଶ୍ବରର ଦୁଇ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି, ଜଣେ ମୃତ୍ୟୁବରଣ କରିଥିବା ବେଳେ ବାକି ୩୫ ଜଣଙ୍କର ଚିକିତ୍ସା ଚାଲିଛି। ଅଳ୍ପ ସମୟ ଭିତରେ ଏହି ଭୂତାଣୁକୁ ପରାସ୍ତ କରିଥିବା ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏଥି ପାଇଁ ରାଜ୍ୟବାସୀ ଅଶେଷ ଧନ୍ୟବାଦ ଜଣାଇଛନ୍ତି।