ବୁଦ୍ଧିଜୀବୀଙ୍କ ସହ ଦିଗବିଜୟ ଓ ଜୟରାମ ରମେଶଙ୍କ ଆଲୋଚନା
ବୁଦ୍ଧିଜୀବୀଙ୍କ ସହ ଦିଗବିଜୟ ଓ ଜୟରାମ ରମେଶଙ୍କ ଆଲୋଚନା
ଭୁବନେଶ୍ୱର : ସାରା ଦେଶରେ ଏବେ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଜାରିରଖିଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି ଯାତ୍ରା ଏବେ ଦେଶରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଏହାର ପ୍ରଭାବ ଯେଭଳି ସୁଦୂର ପ୍ରସାରୀ ହେବ ସେଥିପାଇଁ ଦଳ ପକ୍ଷରୁ ମଧ୍ୟ ଉଦ୍ୟମ କରାଯାଉଛି । ଓଡ଼ିଶା ଗସ୍ତରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ ଆସିଥିବାବେଳେ ଦଳର ସାଂଗଠନିକ ସ୍ଥିତିକୁ ପରଖିବା ସହ ଭାରତ ଯୋଡ଼ ଯାତ୍ରାର ସଫଳତା ପାଇଁ ମଧ୍ୟ ମାନସମନ୍ଥନ କରିଛନ୍ତି । ଗତକାଲି ଏହି ଦୁଇ ବରିଷ୍ଠ ନେତା ରାଜ୍ୟରେ ଭାରତ ଯୋଡ଼ ଯାତ୍ରା କରିବା ନେଇ ରଣନୀତି କରିଥିବାବେଳେ ଏସଂକ୍ରାନ୍ତରେ ଆଜି ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନ ସହ ଆଲୋଚନା କରିଛନ୍ତି । ଭାରତ ଯୋଡ଼ ଯାତ୍ରାର ଉଦ୍ଦେଶ୍ୟ କ’ଣ, ଦେଶ କିଭଳି ଅରାଜକତା ଆଡ଼କୁ ଗତି କରୁଛି, ପୁଞ୍ଜିପତିଙ୍କ ହାତକୁ କିଭଳି ଶାସନ କ୍ଷମତା ଚାଲିଯାଉଛି, ଗଣତନ୍ତ୍ରକୁ କିଭଳି ବିଜେପି ହତ୍ୟା କରି ଶାସନ ମୁଠା ହାତକୁ ନେବାର ଅପପ୍ରୟାସ କରୁଛି ଆଦି ସମ୍ପର୍କରେ କଂଗ୍ରେସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି ।
ଆଗାମୀ ଦିନରେ କେନ୍ଦ୍ରରେ ବିଜେପି ସରକାରକୁ ହଟାଇବା ପାଇଁ କଂଗ୍ରେସ ଓ ଧର୍ମନିରପେକ୍ଷ ଶକ୍ତିମାନେ ଏକାଠି ହେବାକୁ ସେମାନେ ଆହ୍ୱାନ ଦେଇଥିଲେ । ସେହିପରି ରାଜ୍ୟରେ ବିଜେପି ସହ ଭିତିରିଆ ବୁଝାମଣା କରିଥିବା ବିଜେଡ଼ି ସରକାରକୁ ମଧ୍ୟ ସମସ୍ତେ ଏକ ହୋଇ ହଟାଇବା ନିମନ୍ତେ ଦିଗବିଜୟ ଓ ଜୟରାମ ମତବ୍ୟକ୍ତ କରିଥିଲେ ।




admin 