ବିଷ୍ଣୁଙ୍କ ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ, ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ବିଷ୍ଣୁଙ୍କ ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ, ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ବିଷ୍ଣୁଙ୍କ ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ, ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର - କୋରାପୁଟ ଜିଲ୍ଲା ଲାଠିଗୁଡ଼ା ଗାଁର ନକୁଳ ପେଣ୍ଡିଆଙ୍କ ପୁଅ ବିଷ୍ଣୁର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଷ୍ଣୁ ଗୋଡ଼ରେ ମାସଂ ପିଣ୍ଡୁଳା ଦିନକୁ ଦିନ ବଢ଼ି ବଢ଼ି ଚାଲୁଥିଲା । ନକୁଳଙ୍କ ଆର୍ଥିକ ଅବସ୍ଥା ଖରାପ ଥିବାରୁ ପୁଅର ଚିକିତ୍ସା କରିପାରୁନଥିଲେ । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ସହାୟତା ଲାଗି ନିଦେ୍ର୍ଧଶ ଦେଇଛନ୍ତି । ଦୁଇ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀକୁ ନେଇ ନକୁଳଙ୍କ ପାଞ୍ଚ ପ୍ରାଣୀ ପରିବାର । ଆର୍ଥିକ ଅବସ୍ଥା ଖରାପ । ପର ଘର କାମ କରି ପରିବାର ଚଳାନ୍ତି ନକୁଳ । ଏଭଳି ଅବସ୍ଥାରେ ପୁଅ ଗୋଡ଼ରେ ମାଂସ ପିଣ୍ଡୁଳା ବଢ଼ିବା ନକୁଳଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ତଥାପି ସେ ନିଜ ସୀମିତ ସମ୍ବଳରେ ବୋରିଗୁମ୍ମା, ଜୟପୁର, କୋରାପୁଟ ହସ୍ପିଟାଲରେ ପୁଅର ଚିକିତ୍ସା କରାଇଥିଲେ । ତେବେ ଡାକ୍ତର ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି କିମ୍ବା କଟକ ଏସ୍ସିବି ଯିବାକୁ ପରାମର୍ଶ ଦେଇଥିଲେ । ହେଲେ ପାଖରେ ଏତେ ଟଙ୍କା ନଥିବାରୁ ଚୁପ୍ ରହିଯାଇଥିଲେ ନକୁଳ । ଏ ନେଇ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଶିଶୁଟିର ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ପରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜୟପୁର ଅଧିକାରୀମାନେ ଲାଠିଗୁଡ଼ା ଗାଁକୁ ଯାଇ ବିଷ୍ଣୁଙ୍କ ବାପାଙ୍କୁ ଭେଟିଥିଲେ । ଏହା ପରେ ଅଧିକାରୀମାନେ ପ୍ରାଥମିକ ପରୀକ୍ଷା ନିରୀକ୍ଷା ପରେ ବିଷ୍ଣୁଙ୍କୁ କଟକ ଏସସିବି ଆଣିଛନ୍ତି । ଏବେ ବିଷ୍ଣୁଙ୍କ ଚିକିିତ୍ସା ପ୍ଲାଷ୍ଟିକ ବିଭାଗ ମୁଖ୍ୟ ପ୍ରଫେସର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ।