ଆଜି କ୍ୟାବିନେଟ୍ ବୈଠକ, ଓଡ଼ିଶା କୃଷି ନୀତି ୨୦୧୯ କୁ ମିଳିବ ମଞ୍ଜୁରୀ

ଆଜି କ୍ୟାବିନେଟ୍ ବୈଠକ, ଓଡ଼ିଶା କୃଷି ନୀତି ୨୦୧୯ କୁ ମିଳିବ ମଞ୍ଜୁରୀ

ଆଜି କ୍ୟାବିନେଟ୍ ବୈଠକ, ଓଡ଼ିଶା କୃଷି ନୀତି ୨୦୧୯ କୁ ମିଳିବ ମଞ୍ଜୁରୀ
ଭୁବନେଶ୍ୱର - ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ସନ୍ଧ୍ୟା ୫ ଟା ୪୫ ମିନିଟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ପ୍ରାୟ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରସ୍ତାବ ଅନୁଯାୟୀ ଓଡ଼ିଶା କୃଷି ନୀତି-୨୦୧୯ ବା ‘ସମି୍ରଦ୍ଧି’କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିବ । ଏହା ସହିତ ଉଚ୍ଚ ଶିକ୍ଷା ବିଭାଗ ପ୍ରସ୍ତାବ ଅନୁଯାୟୀ ବିଶ୍ୱ ବିଦ୍ୟାଳୟ ଆଇନରେ ସଂଶୋଧନ କରାଯିବା ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଓଡ଼ିଶା ରାଜସ୍ୱ ସେବା କ୍ୟାଡ଼ର ରୁଲ୍ ସଂଶୋଧନ କରିବା ନେଇ ପ୍ରସ୍ତାବ ରହିଛି ।