ବିମାନ ମଧ୍ୟରେ ଫଟୋ ଉଠାଇଲେ ଦୁଇ ସପ୍ତାହ ବାସନ୍ଦ

ବିମାନ ମଧ୍ୟରେ ଫଟୋ ଉଠାଇଲେ ଦୁଇ ସପ୍ତାହ ବାସନ୍ଦ

ବିମାନ ମଧ୍ୟରେ ଫଟୋ ଉଠାଇଲେ ଦୁଇ ସପ୍ତାହ ବାସନ୍ଦ
ନୂଆଦିଲ୍ଲୀ : କଙ୍ଗନା ରଣାୱତ ବିମାନରେ ଆସୁଥିବା ବେଳେ ହୋଇଥିବା ଫଟୋଗ୍ରାଫି ଡ୍ରାମାକୁ ନାପସନ୍ଦ କରିଛି ଡିଜିସିଏ । ଏହା ସହିତ ବିମାନ ମଧ୍ୟରେ ଫଟୋ ବା ଭିଡିଓ ଉତ୍ତୋଳନ କଲେ ସମ୍ପୃକ୍ତ ବିମାନ ଚଳାଚଳ କମ୍ପାନୀକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଉଡାଣର ଅନୁମତି ମିଳିବ ନାହିଁ ବୋଲି ମଧ୍ୟ କୁହାଯାଇଛି । ହିମାଚଳରୁ ମୁମ୍ବାଇ ଫେରୁଥିବା କଙ୍ଗନାଙ୍କ ବିମାନ ମଧ୍ୟର ଫଟୋ ଏବଂ ଭିଡିଓକୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ କରାଯାଇଥିଲା । ଏହା ସହିତ ସାମାଜିକ ଦୂରତ୍ୱ ନିୟମର ମଧ୍ୟ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା । ତେଣୁ ଏହି ଘଟଣାରେ ଲିପ୍ତ ଥିବା ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିସିଏଙ୍କ ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସକୁ ନିଦେ୍ର୍ଧଶ ଦିଆଯାଇଛି । ଯଦି ଇଣ୍ଡିଗୋ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଡିଜିସିଏ ଇଣ୍ଡିଗୋ ବରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି । ଏଣିକି ବିମାନ ଯାତ୍ରା ସମୟରେ ଯଦି ବିମାନରେ ଫଟୋ କିମ୍ବା ଭିଡିଓ ଉତ୍ତୋଳନ ପରି ମାମଲା ଆସେ ତେବେ ବିମାନ ଚଳାଚଳ କମ୍ପାନୀକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବାସନ୍ଦ କରାଯିବ ।