ଭାରତ ପାକ ସୀମାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ୍

ଭାରତ ପାକ ସୀମାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ୍

ଭାରତ ପାକ ସୀମାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ୍
ଶ୍ରୀନଗର : ଭାରତ ପାକ୍ ସୀମାନ୍ତରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ବିଏସଏଫ୍ । ବିପୁଳ ପରିମାଣରେ ଗୋଳା ବାରୁଦ ସହିତ ତିନୋଟି ଏକେ-୪୭ ଏବଂ ଦୁଇଟି ଏମ-୧୬ ରାଇଫଲ ଜବତ କରିବା ସହିତ ଏକ ବଡ ଧରଣର ଆକ୍ରମଣକୁ ରୋକିବାରେ ସଫଳ ହୋଇଛି ସେନା । ପଞ୍ଜାବର ଫିରୋଜପୁର ନିକଟସ୍ଥ ଭାରତ-ପାକ୍ ସୀମାନ୍ତରୁ ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ବିଏସଏଫର ଏକ ପ୍ୟାଟ୍ରୋଲ ଟିମ୍ ଖାଲି ପଡିଆରୁ ଏହି ଅସ୍ତ୍ରଶସ୍ତ୍ର ଭର୍ତ୍ତି ବ୍ୟାଗ ଜବତ କରିଥିଲା । ଅସ୍ତ୍ର ଶସ୍ତ୍ର ମଧ୍ୟରେ ଏକେ ୪୭ର ୬ଟି ମାଗଜିନ୍ ଏବଂ ଏମ-୧୬ ରାଇଫଲର ୯୧ ରାଉଣ୍ଡ ବିଶିଷ୍ଟ ୬ଟି ମାଗଜିନ୍ ଜବତ କରାଯାଇଥିଲା । ଦୁଇଟି ପିସ୍ତଲ ଏବଂ ୨୦ ରାଉଣ୍ଡ ମାଗଜିନ୍ ମଧ୍ୟ ଜବତ କରାଯାଇଥିବା ନେଇ ବୀରବଲ ସିଂ ପ୍ରକାଶ କରିଛନ୍ତି । ତେବେ ଏହି ଅସ୍ତ୍ରଶସ୍ତ୍ର ଗୁଡିକ ଖାଲି ପଡିଆକୁ କିପରି ଆସିଲା ତାହାର ତଦନ୍ତ ଜାରି ରହିଥିବା ନେଇ ୟୁନିଟ ଇନଚାର୍ଜ ବୀରବଲ ପ୍ରକାଶ କରିଛନ୍ତି । ପଞ୍ଜାବରେ ହିଂସାକାଣ୍ଡ ପାଇଁ ପାକିସ୍ତାନରୁ ଏହି ଅସ୍ତ୍ର ଶସ୍ତ୍ର ଆସିଥିବା ନେଇ ଅନୁମାନ କରିଛି ସେନା ।