ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଏଓଭର ବ୍ରିଜ ଉଦଘାଟନ

ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଏଓଭର ବ୍ରିଜ ଉଦଘାଟନ

ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଏଓଭର ବ୍ରିଜ ଉଦଘାଟନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବ୍ରହ୍ମପୁରରେ ରେଲୱେ ଓଭର ବ୍ରିଜ (ଫ୍ଲାଏଓଭର ବ୍ରିଜ) ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଦକ୍ଷିଣ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାଣିଜ୍ୟିକ ହବ ଭାବରେ ବ୍ରହ୍ମପୁର ନାଁ କରିଛି । ରାଜ୍ୟ ସରକାର ବ୍ରହ୍ମପୁରର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ବ୍ରହ୍ମପୁରକୁ ଏକ ଅତ୍ୟାଧୁନିକ ସହରରେ ପରିଣତ କରିବା ଲାଗି ଅନେକ ପଦକ୍ଷେପ ନିଆଯାଇଛି । ୨୭ କୋଟି ଟଙ୍କାରେ ନିର୍ମିତ ନୂତନ ବ୍ରିଜ ଯୋଗାଯୋଗ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କର ବହୁ ଅସୁବିଧା ପୂରଣ କରିବ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଗଂଜାମ ଜିଲ୍ଲାର ଦିଗପହଣ୍ଡି ଠାରେ ନିୟନ୍ତ୍ରିତ ବଜାର କମିଟିରେ ଏକ କପାମଣ୍ଡି ପାଇଁ ଶିଳାନ୍ୟାସ କରିଛନ୍ତି । ଏହି କପାମଣ୍ଡି ଚାଷୀଙ୍କୁ ସାହାଯ୍ୟ କରିବା ବ୍ୟତୀତ ୧୦୦ କୁଶଳୀ ଏବଂ କୁଶଳୀ ଶ୍ରମିକଙ୍କୁ ଚାକିରି ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ-୧୯ ସଂକଟ ସମୟରେ ଗଂଜାମବାସୀଙ୍କ ସହଯୋଗ ପ୍ରଶଂସନୀୟ । ଡାକ୍ତର, ପାରାମେଡିକ୍ସ ଏବଂ ଏହି ମିଶନରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ଗଂଜାମରେ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଛି । କିନ୍ତୁ ବିପଦ ଏପର୍ୟ୍ୟନ୍ତ ଶେଷ ହୋଇ ନାହିଁ । ତେଣୁ ଲୋକଙ୍କୁ ନିବେଦନ କରୁଛି ଯେ, ଯୁଦ୍ଧ ଶେଷ ନହେବା ପର୍ୟ୍ୟନ୍ତ ସତର୍କ ରୁହନ୍ତୁ ଏବଂ କୋଭିଡ ଗାଇଡଲାଇନକୁ ଅନୁସରଣ କରନ୍ତୁ ।