ବିଧାନସଭା ଘେରାଉ ବେଳେ ଯୁବ କଂଗ୍ରେସ କର୍ମୀ- ପୁଲିସ ମଧ୍ୟରେ ଧସ୍ତାଧସ୍ତି

ବିଧାନସଭା ଘେରାଉ ବେଳେ ଯୁବ କଂଗ୍ରେସ କର୍ମୀ- ପୁଲିସ ମଧ୍ୟରେ ଧସ୍ତାଧସ୍ତି

ବିଧାନସଭା ଘେରାଉ ବେଳେ ଯୁବ କଂଗ୍ରେସ କର୍ମୀ- ପୁଲିସ ମଧ୍ୟରେ ଧସ୍ତାଧସ୍ତି
ଭୁବନେଶ୍ୱର: ଗୁରୁବାର ଯୁବ କଂଗ୍ରେସ କର୍ମୀ- ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବିଧାନସଭା ଘେରାଉ ପାଇଁ ଗଲାବେଳେ ଏଭଳି ଧସ୍ତାଧସ୍ତି ହୋଇଛି । ପ୍ରକାଶ ଯେ, ଆଜି ଭୁବନେଶ୍ୱରରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଆକ୍ରୋଶ ସମାବେଶ କରାଯାଇଥିଲା । ବେକାରୀ ସମସ୍ୟା ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ଏହି ଆକ୍ରୋଶ ସମାବେଶ କରାଯାଇଥିଲା । ଏନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସମାବେଶରେ ଯୁବ କଂଗ୍ରେସ ଜାତୀୟ ସଭାପତି ବିଭି ଶ୍ରୀନିବାସ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବିଶୋଦଗାର କରିଥିଲେ । ପରେ ଯୁବ କଂଗ୍ରେସ କର୍ମୀମାନେ ବିଧାନସଭା ଘେରାଉ କରିବା ପାଇଁ ଏକ ଶୋଭାଯାତ୍ରାରେ ଯାଇଥିଲେ । ତେବେ ପୁଲିସ ସେମାନଙ୍କୁ ବାଧା ଦେବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ପୁଲିସ ଜଣକ ଜଣକ ପରେ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଥିବା ଜଣାଯାଇଛି ।