ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ
ଭୁବନେଶ୍ୱର: ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ଉକ୍ତ ଭିଡିଓରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କୃଷକ ଓ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଛୁ । ସବୁ ଜିଲ୍ଲାର କଂଗ୍ରେସ ସଭାପତିମାନଙ୍କୁ ସହଯୋଗ ପାଇଁ କୁହାଯାଇଛି ବୋଲି ଶ୍ରୀ ପଟ୍ଟନାୟ କହିଛନ୍ତି । ପ୍ରକାଶ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ବିଲକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତାକାଲି ଏହି ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଥିବା ବେଳେ ଭାରତ ବନ୍ଦର ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ । ବନ୍ଦ ବେଳେ ପୂରା ଦେଶରେ ସଡ଼କ, ରେଳ ପରିବହନ ସହ ବଜାର ବନ୍ଦ ରହିବ ବୋଲି କୁହାଯାଇଛି । କାଲି ଭାରତବନ୍ଦକୁ କୃଷକ ସଂଗଠନ ସହ ଅନ୍ୟାନ୍ୟ ସଂଗଠନମାନେ ସମର୍ଥନ ଜଣାଇଛନ୍ତି।