ଏବର୍ଷ ବେହନି ପ୍ରଧାନଶିକ୍ଷକଙ୍କ ଦରମା ବୃଦ୍ଧି
ଏବର୍ଷ ବେହନି ପ୍ରଧାନଶିକ୍ଷକଙ୍କ ଦରମା ବୃଦ୍ଧି
admin
Aug 28, 2019 - 05:43
Updated: Aug 28, 2019 - 05:43
ଭୁବନେଶ୍ୱର: ୨୦୧୯ ମାଟି୍ରକ ପରୀକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ହାଇସ୍କୁଲ ଗୁଡ଼ିକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ଶୂନ ଓ ୫୦ ପ୍ରତିଶତରୁ କମ୍ ପାସ୍ ହାର ଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାରୀ ଉଚ୍ଚ ବିଦ୍ୟାଳୟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅନୁଦାନପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବାର୍ଷିକ ଦରମା ବୃଦ୍ଧି ବନ୍ଦ ହେବ । ଏଥି ସହ ଛାତ୍ରଛାତ୍ରୀ ଫେଲ ହୋଇଥିବା ବିଷୟରେ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ବାବଦରେ ସବିଶେଷ ବିବରଣୀ ଦାଖଲ କରିବାକୁ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏଥର ମାଟି୍ରକ ପରୀକ୍ଷାରେ ସରକାରୀ ସ୍କୁଲର ଖରାପ ପ୍ରଦର୍ଶନ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ଶିକ୍ଷାଦାନ, ପରୀକ୍ଷା ପରିଚାଳନା, ପାଠପଢ଼ା ଶୈଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ପରେ ଗତ ଜୁନ ୭ ତାରିଖରେ ‘ଶୂନ’ ରେଜଲ୍ଟ କରିଥିବା ୮୨ଟି ଉଚ୍ଚ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ପ୍ରଧାନଶିକ୍ଷକ କାହିଁକି ନିଲମ୍ବିତ ନ ହେବେ? ସ୍କୁଲର ଗ୍ରାଣ୍ଟ ଇନ ଏଡ କାହିଁକି ପ୍ରତ୍ୟାହୃତ ନ ହେବ? ସେ ନେଇ ଉତ୍ତର ରଖିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ସେହିପରି ୫୦ ପ୍ରତିଶତରୁ କମ ପାସ ହାର ଥିବା ହାଇସ୍କୁଲଗୁଡ଼ିକର ପ୍ରଧାନଶିକ୍ଷକଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନ ହେବ? କିନ୍ତୁ କୌଣସି ବିଦ୍ୟାଳୟ, ଏହି ନିଦେ୍ର୍ଧଶକୁ ଖାତିର କରିନଥିଲେ । ନୈରାଶ୍ୟଜନକ ପ୍ରଦର୍ଶନ ନେଇ ନିଦେ୍ର୍ଧଶାଳୟକୁ ଉତ୍ତର ଦେଇ ନଥିଲେ । ସେଥିପାଇଁ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରଧାନଶିକ୍ଷକଙ୍କୁ ନାଲି ଆଖି ଦେଖାଇବା ସହ ସେମାନଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଲାଗି ଡିଇଓମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ଶିକ୍ଷକଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି ।