ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା କଂଗ୍ରେସ

ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା କଂଗ୍ରେସ


ଭୁବନେଶ୍ବର : ବିଧାନସଭାରେ ନିଆରା ପ୍ରତିବାଦ କରିଛି କଂଗ୍ରେସ ।‌ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ବିଧାନସଭା ଆରମ୍ଭ ହେବା କ୍ଷଣି ବିଜେପି ଓ କଂଗ୍ରେସ ବିଧାୟକମାନେ ମଧ୍ୟଭାଗକୁ ମାଡିଆସି ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ମଠା ପରିଧାନ କରିବା ସହ ହାତରେ ଗଡୁ ଧରିଥିଲେ । ଏକ ଆମ୍ବପତ୍ରରେ ସେ ଗଙ୍ଗାଜଳ ଛିଞ୍ଚୁଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ରମେଶ ଜେନା ଘଣ୍ଟା ପିଟିଥିଲେ ।

ଅପରପକ୍ଷରେ ଅନ୍ୟ ବିଧାୟକମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ବିଧାନସଭା ଏକ ପବିତ୍ର ସ୍ଥାନ ।ଏହା ଡ୍ରାମା କରିବା ସ୍ଥାନ ନୁହେଁ । ଏଭଳି ପ୍ରାୟ ୨ ମିନିଟ ଚାଲିବା ପରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ ।