ବାତ୍ୟା ପାଇଁ ଏହିସବୁ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ପାଇଁ ଏହିସବୁ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ପାଇଁ ଏହିସବୁ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର : ମାଡ଼ିଆସୁଛି ବାତ୍ୟା ଜୱାଦ  । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି  । ଏହାକୁ ଆଖି ଆଗରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୯ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି  । ତେବେ ସ୍କୁଲ ଛୁଟି ହୋଇଥିଲେବି ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ସ୍କୁଲ ଆସିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୂଚନା ଅନୁଯାୟୀ ବାତ୍ୟା ପାଇଁ ବାଲେଶ୍ୱର, ଯାଜପୁର, ମାଲକାନାଗିରି, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେ଼ଙ୍କାନାଳ ଓ ଭଦ୍ରକରେ ସ୍କୁଲ ଛୁଟି ରହିବ  ।

ସୂଚନାଯୋଗ୍ୟଯେ, ବାତ୍ୟା ପ୍ରଭାବରେ ଡିସେମ୍ବର ୪ ଓ ୫ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି  । ତେବେ ବାତ୍ୟା ସ୍ଥଳଭାଗରେ କେତେ ସମୟ ସକ୍ରିୟ ରହିବ ତାହା ଏଯାବତ ସ୍ପଷ୍ଟ ହୋଇପାରିନାହିଁ  । ଛୋଟ ବାତ୍ୟା ହୋଇଥିବାରୁ ବାତ୍ୟାର ଆଖି ଜଣାପଡ଼ୁନାହିଁ  ।