ବାଜିଲା ୪ ରାଜ୍ୟ ନିର୍ବାଚନ ବିଗୁଲ : ଜାଣନ୍ତୁ ନିର୍ବାଚନ କିପରି କରାଯିବ

ବାଜିଲା ୪ ରାଜ୍ୟ ନିର୍ବାଚନ ବିଗୁଲ : ଜାଣନ୍ତୁ ନିର୍ବାଚନ କିପରି କରାଯିବ

ବାଜିଲା ୪ ରାଜ୍ୟ ନିର୍ବାଚନ ବିଗୁଲ : ଜାଣନ୍ତୁ ନିର୍ବାଚନ କିପରି କରାଯିବ
ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଇଁଁ ନିର୍ବାଚନ ଘୋଷଣା କରାଯାଇଛି । ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ପୁଡୁଚେରୀରେ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । କୋଭିଡ କଟକଣା ଭିତରେ ନିର୍ବାଚନ ହେବ ବୋଲି ଜଣାପଡିଛି । ୨.୬ ଲକ୍ଷ ବୁଥରେ ଭୋଟ ଗ୍ରହଣ ହେବ ବୋଲି ଜଣାଯାଇଛି । ଡୋର ଟୁ ଡୋର ପ୍ରଚାର ୫ ଜଣରେ ସୀମିତ ରହିବ । ସମସ୍ତ ପୋଲିଂ ଅଫିସରଙ୍କୁ ଟିକାକରଣ କରାଯିବ । ଭୋଟରଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ସମସ୍ତ ପୋଲିଂ କର୍ମଚାରୀଙ୍କୁ ସମ୍ମୁଖ କର୍ମୀ ଭାବେ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟ, ଆସାମରେ ୩ଟି ପର୍ଯ୍ୟାୟ ଏବଂ ତାମିଲନାଡ଼ୁ,କେରଳ,ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଓ ପୁଡୁଚେରୀର ୨.୭ ଲକ୍ଷ ମତଦାନ କେନ୍ଦ୍ରରେ ୧୮.୬୮ କୋଟି ମତଦାତା ଭୋଟ ଦେବେ । ପାଶ୍ଚିମବଙ୍ଗର ୨୯୪ ଆସନ, ତାମିଲନାଡୁର ୨୩୪ ଆସନ, କେରଳର ୧୪୦ ଆସନ, ଆସାମର ୧୨୬ ଆସନ ଓ ପୁଡୁଚେରୀର ୩୦ ଆସନ ପାଇଁ ଭୋଟ ଗ୍ରହଣ ହେବବୋଲି ଶ୍ରୀ ଆରୋରା କହିଛନ୍ତି । ଆସାମ : ୩ ପର୍ଯ୍ୟାୟରେ ଆସାମରେ ଭୋଟ ଗ୍ରହଣ ହେବ । ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ଅପ୍ରେଲ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ଓ ଅପ୍ରେଲ ୬ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ କରାଯିବ । ଯେତେବେଳେକି ମେ’ ୨ରେ ଭୋଟ ଗଣତି ହେବ । କେରଳ : ଅପ୍ରେଲ ୬ରେ ଭୋଟଗ୍ରହଣ ଓ ମେ’ ୨ରେ ଭୋଟ ଗଣତି କରାଯିବ । ତାମିଲନାଡୁ : ଅପ୍ରେଲ ୬ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଓ ମେ’ ୨ରେ ଭୋଟ ଗଣତି ପୁଡୁଚେରୀ : ଅପ୍ରେଲ ୬ରେ ଭୋଟ, ମେ’ ୨ରେ ଗଣତି ପଶ୍ଚିମବଙ୍ଗ : ଏଠାରେ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ମାର୍ଚ୍ଚ ୨୭, ଅପ୍ରେଲ ୧, ଅପ୍ରେଲ ୬, ଅପ୍ରେଲ ୧୦, ଅପ୍ରେଲ ୧୭, ଅପ୍ରେଲ ୨୨, ଅପ୍ରେଲ ୨୬ ଓ ଅପ୍ରେଲ ୨୯ରେ ଭୋଟ ଗ୍ରହଣ କରାଯିବ । ଯେତେବେଳେକି ମେ’ ୨ରେ ଭୋଟ ଗଣତି ହେବ ।