ମହାରାଷ୍ଟ୍ର: ସରକାର ଗଢ଼ିବା ନେଇ ସ୍ଥିତି ଅସ୍ପଷ୍ଟ
ମହାରାଷ୍ଟ୍ର: ସରକାର ଗଢ଼ିବା ନେଇ ସ୍ଥିତି ଅସ୍ପଷ୍ଟ
admin
Nov 8, 2019 - 12:58
Updated: Nov 8, 2019 - 12:58
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ପାଇଁ ଆଜି ହେଉଛି ବହୁତ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ଆସନ୍ତାକାଲି ସରିବ ବିଧାନସଭାର କାର୍ଯ୍ୟକାଳ। ହେଲେ ଏଯାଏଁ କିଏ ସରକାର ଗଢ଼ିବ ସେ ନେଇ ଲାଗି ରହିଛି ଅନିଶ୍ଚିତତା। ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଟଣା ଓଟରା ଲାଗି ରହିଛି। ଏଭଳି ସ୍ଥିତିରେ ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ। ବର୍ତ୍ତମାନ ସ୍ଥିତିରେ ରାଜ୍ୟପାଳଙ୍କ ପାଖରେ କଣ ବିକଳ୍ପ ରହିଛି ସମ୍ବିଧାନ ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ବିଶେଷଜ୍ଞଙ୍କ ମତ ଅନୁସାରେ ରାଜ୍ୟପାଳଙ୍କ ନିକଟରେ ୪ଟି ବିକଳ୍ପ ରହିଛି।
୧: ରାଜ୍ୟପାଳ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବା ପାଇଁ କହିପାରିବେ। ଯେତେ ପର୍ଯ୍ୟନ୍ତ ନୂଆ ସରକାର ନେଇ ସ୍ଥିତି ସ୍ପଷ୍ଟ ହୋଇନି ସେଯାଏଁ ବିଧାନସଭା କାର୍ଯ୍ୟକାଳ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ କରିବାର ଆବଶ୍ୟକ ନାହିଁ।
୨: ରାଜ୍ୟପାଳ ଭଗତ ସିଂହ କୋଶିୟାରି ରାଜ୍ୟରେ ସର୍ବାଧିକ ଆସନ ପାଇଥିବା ବିଜେପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିପାରିବେ ଓ ପରେ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି।
୩: ରାଜ୍ୟପାଳ ବିଧାନସଭାରେ ଆସ୍ଥା ଭୋଟ ପାଇଁ ନିର୍ବାଚନ କରିବାକୁ କହିପାରିବେ। ଯଦି ସେମିତି କିଛି ବିବାଦ ଉପୁଜେ ତାହେଲେ ବାଲାଟ ପେପରରେ ମଧ୍ୟ ନିର୍ବାଚନ କରିବା ପାଇଁ ପରାମର୍ଶ ଦେଇପାରିବେ।
୪: ଯଦି ଉପର ତିନୋଟି ବିକଳ୍ପ ଫେଲ୍ ହେବ ତାହାଲେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପାରିଶ କରିପାରିବେ।
ତେବେ ଆଜିର ଦିନ ମହାରାଷ୍ଟ୍ର ରାଜନୀତି ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କ ନଜର ମହାରାଷ୍ଟ୍ର ଉପରେ। ଯଦି ସରକାର ଗଠନ ହୋଇ ପାରିଲା ନାହିଁ ତେବେ କଣ ରହିବ ରାଜ୍ୟପାଳଙ୍କ ଆଭିମୁଖ୍ୟ ସେ ଉପରେ ସମସ୍ତଙ୍କ ନଜର।