ସି-ସୋରର ସମ୍ପତି ବାଜ୍ୟାପ୍ତି ନିଦେ୍ର୍ଧଶ

ସି-ସୋରର ସମ୍ପତି ବାଜ୍ୟାପ୍ତି ନିଦେ୍ର୍ଧଶ

ସି-ସୋରର ସମ୍ପତି ବାଜ୍ୟାପ୍ତି ନିଦେ୍ର୍ଧଶ
ଭୁବନେଶ୍ୱର:ବହୁ ଚର୍ଚ୍ଚିତ ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ସି-ସୋରର ସ୍ଥାବର ଅସ୍ଥାବର ସମ୍ପତି ବାଜ୍ୟାପ୍ତି ଲାଗି ନିଦେ୍ର୍ଧଶ ଦିଆଯାଇଥିବା ଜଣାପଡିଛି । ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨କ୍ୱିଂଟାଲ ରୁପା ବାଜ୍ୟାପ୍ତି ହୋଇଥିବାବେଳେ ବ୍ୟାଙ୍କରେ ଜମା ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟ ବାଜ୍ୟାପ୍ତି ହୋଇଛି । କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ବାଜ୍ୟାପ୍ତି ନିଦେ୍ର୍ଧଶ ଦେଇଛନ୍ତି । ସୂଚନାଯୋଗ୍ୟଯେ, ସିସୋର ଚିଟଫଣ୍ଡ ଠକେଇର ତଦନ୍ତ ସିବିଆଇ କରୁଛି । ପୂର୍ବରୁ ସିସୋର ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଥିବାବେଳେ ସେ ଜାମିନରେ ବାହାରି ସାରିଛନ୍ତି । ସିସୋର ନାମରେ ହଜାର ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଏହି ଠକେଇରେ ଅନେକ ବିଧାୟକଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିବାବେଳେ ସେମାନେ ବି ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ।