ବଡ ଖବର : ଉପକୂଳ ପାଇଁ ୧୯୪୪ କୋଟି ବ୍ୟୟ ଅଟକଳରେ ୩୮୦ କିମି ଲୁଣାବନ୍ଧ ହେବ

ବଡ ଖବର : ଉପକୂଳ ପାଇଁ ୧୯୪୪ କୋଟି ବ୍ୟୟ ଅଟକଳରେ ୩୮୦ କିମି ଲୁଣାବନ୍ଧ ହେବ

ବଡ ଖବର : ଉପକୂଳ ପାଇଁ ୧୯୪୪ କୋଟି ବ୍ୟୟ ଅଟକଳରେ ୩୮୦ କିମି ଲୁଣାବନ୍ଧ ହେବ
ଭୁବନେଶ୍ୱର: ଉପକୂଳ ପାଇଁ ୧୯୪୪ କୋଟି ବ୍ୟୟ ଅଟକଳରେ ୩୮୦ କିମି ଲୁଣାବନ୍ଧ ହେବ । ଆଗାମୀ ସମୟରେ ୬ରୁ ୭ ହଜାର କୋଟି ଅଟକଳରେ ଡିପିଆର ପ୍ରସ୍ତୁତ ହେଉଛି ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ଟଳିଛି । ବାତ୍ୟା ବେଳେ ପ୍ରବଳ ବର୍ଷା ଯୋଗୁ କାଣୀ ନଦୀରେ ଗୋଟିଏ ଘାଇ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା କାଣି ନଦୀ ଘାଇ ମରାମତି ଶେଷ ପାଇଁ ଲକ୍ଷ୍ୟ ରହିଛି । ଅନ୍ୟ କେଉଁଠି ନଦୀବନ୍ଧ ବା ଲୁଣାବନ୍ଧ କ୍ଷତି ହୋଇଥିବା ଖବର ନାହିଁ । ସୁବର୍ଣ୍ଣରେଖା ନଦୀର ଜଳସ୍ତର କମିବାରେ ଲାଗିଛି । ବନ୍ୟା ଆଶଙ୍କା ଟଳିଛି । ସମୁଦ୍ର ଜୁଆର ଯୋଗୁଁ ବସ୍ତା ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଥିଲା । ଅନୁଧ୍ୟାନ କରାଯାଉଛି । ରିପୋର୍ଟ ଆସିଲେ କ୍ଷତିପୂରଣ ମିଳିବ । ଆଗାମୀ ସମୟରେ ଉପକୂଳ ସୁଦୃଢୀକରଣ ପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି ।