ଫସିଯାଇଛନ୍ତି ଦୀପିକା ପାଦୁକୋନ

ଫସିଯାଇଛନ୍ତି ଦୀପିକା ପାଦୁକୋନ

ଦୀପିକା ପାଦୁକୋନ ଅଛନ୍ତି ମୁମ୍ବାଈରେ ଏବଂ ତାଙ୍କ ପିତାମାତା ଓ ଭଉଣୀ ବେଙ୍ଗାଲୁରୁରେ । ସେ ମୁମ୍ବାଇରେ କର୍ମ ବ୍ୟସ୍ତ ଥିବା ବେଳେ ଅଚାନକ ଲକଡାଉନ ଘୋଷିତ ହେବାରୁ ବେଙ୍ଗାଲୁରୁ ଯାଇପାରିନଥିଲେ । ହେଲେ ମନ ସେଇଠି । ଅନେକ ଦିନ ହେଲା ପିତାମାତା ଓ ଭଉଣୀଙ୍କ ସହ ମୁହାଁ ମୁହିଁ ଭେଟ ହୋଇନାହିଁ । ଆଗାମୀ ଫିଲ୍ମର ସୁଟିଂ ପାଇଁ ବିଦେଶ ଯିବାର ଥିଲା । ବିଦେଶରେ ଦୁଇ ମାସ ରହିଥାଆନ୍ତେ । ଯିବା ପୂର୍ବରୁ ଘରକୁ ଯାଇ ସମସ୍ତଙ୍କୁ ଦେଖାକରିବାକୁ ସ୍ଥିର କରିଥିଲେ । ତେବେ ଯୋଜନା ଅନୁଯାୟୀ କିଛି ହୋଇପାରିନଥିବାରୁ ସେ ଟିକିଏ ଅସୁଖୀ ଅଛନ୍ତି । ପୂରା ଏକଲା ରହୁଛନ୍ତି । ରନ୍ଧା ବଢ଼ା, ଘର ଓ ଲୁଗା ସଫା କାର୍ଯ୍ୟ ନିଜେ କରୁଛନ୍ତି । ଏହା ଦ୍ୱାରା ଟାଇମ ପାସ ହୋଇଯାଉଛି ସତ ମନ ହାଲୁକା ହେଉନାହିଁ । କାରଣ ଏଭଳି ଜୀବନ ସହ ସେ କୌଣସି ସମୟରେ ଅଭ୍ୟସ୍ତ ନଥିଲେ । ପରିସ୍ଥିତି ଯାହା ନିଜେ ନିଜକୁ ସାନ୍ତ୍ୱନା ଦେବା ଛଡ଼ା ଆଉ କ’ଣ ଅଛି ହାତରେ ।