ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ।

ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ।

ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ।
ରାଜ୍ୟରେ ଉଗ୍ର ହେଉଛି କରୋନା । ଏହାକୁ ନଜରରେ ରଖି କରୋନା ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ଭାବେ ୪୮ ଘଣ୍ଟାପାଇଁ ସଟଡାଉନ କରାଯାଇଥିବା ବେଳେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ଆଜି ସଟଡାଉନ ଘୋଷଣା କରାଯାଇଛି । ଏଭଳି ସମୟରେ ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଆଉ ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ । ଆଗାମୀ ୪୮ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତ ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ଠାବ କରି ସେମାନଙ୍କ ନମୁନା ପରୀକ୍ଷା ଉପରେ ଜୋର ଦେବାକୁ ଉଲ୍ଲେଖ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ଅପିଲ କରିଛନ୍ତି, ସେମାନେ ୧୦୪କୁ ଫୋନ କରି ମେଡିକାଲ ସହାୟତା ନିଅନ୍ତୁ ଓ ସାମ୍ନାକୁ ଆସି ନମୂନା ପରୀକ୍ଷା କରାନ୍ତୁ । ଯେଉଁମାନେ ଏଥିରେ ସାମିଲ ହେବେ ସରକାର ସେମାନଙ୍କୁ ଆଉ ତାଙ୍କ ପରିବାରକୁ ପୁରା ସହାୟତା ଯୋଗାଇବେ।କାରଣ ଆଗାମୀ ୪୮ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।