କଳାହାଣ୍ଡିରେ କରୋନା ଆକ୍ରାନ୍ତ
କଳାହାଣ୍ଡିରେ କରୋନା ଆକ୍ରାନ୍ତ
admin
Apr 4, 2020 - 17:52
Updated: Apr 4, 2020 - 17:52
ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଉକ୍ତ ଯୁବକଙ୍କ କଳହାଣ୍ଡି ଜିଲ୍ଲାର ହୋଇଥିବାବେଳେ ତାଙ୍କର ବୟସ ୨୯ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ଆକ୍ରାନ୍ତ ଜଣଙ୍କ ବାହାରିନ ଯାଇଥିଲେ । ସେଠାରୁ କଳାହାଣ୍ଡି ଆସିବା ପରେ ତାଙ୍କର ପରୀକ୍ଷଣ କରାଯାଇଥିଲା ।
ଅପରପକ୍ଷରେ ଆଜି ୩୪୦ ନମୁନା ଯାଂଚ କରାଯାଇଛି । ସେଥିମଧ୍ୟରେ ଗୋଟିଏ ପଜିଟିଭ ଥିବାବେଳେ ବାକି ସବୁ ନେଗେଟିଭ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆରଏମଆରସିରେ ୨୨୩, ଏମସରେ ୩୮, ଏସସିବିରେ ୪୩ ଜଣଙ୍କର ନମୁନା ପରୀକ୍ଷଣ ହୋଇଥିଲା । ଏଯାବତ ରାଜ୍ୟରେ ୧୬୯୯ ନମୁନା ପରୀକ୍ଷା ହୋଇଥିବାବେଳେ ୨୧ ଜଣ ପଜିଟିଭି ବାହାରିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।