ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର: ପ୍ରଥମେ ପରୀର ବାପା ମା ଓ ଗତକାଲି ଚାଷୀ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ଶନିବାର ବିଧାନସଭା ନିକଟରେ ପୁଣି ଆତ୍ମାହୁତି ଉଦ୍ୟମ ହୋଇଛି । ବିଧାନସଭା ପଛପଟ ଇଡକଲ ରାସ୍ତାରେ ଆତ୍ମାହୁତି ଉଦ୍ୟମ ହୋଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ମାଓ ପୁଅ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ସେମାନେ ହେଲେ ସୁଲୋଚନା ଦାସ ଓ ପୁଅ ସୁବ୍ରତ ଦାସ । ହତ୍ୟାର ଶିକାର ପୁଅ ପାଇଁ ନ୍ୟାୟ ନମିଳିବାରୁ ଏଭଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଅ ହତ୍ୟାରେ ନ୍ୟାୟ ନପାଇ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ତେବେ ଆତ୍ମାହୁତି ଉଦ୍ୟମ କରୁଥିବା ଉଭୟଙ୍କୁ ସୁରକ୍ଷା କର୍ମୀ ଉଦ୍ଧାର କରିଛନ୍ତି ।