ପିପିଲି ନିର୍ବାଚନ; ଭୋଟ୍‌ ଦେବେନି ଡେଲାଙ୍ଗବାସୀ

ପିପିଲି ନିର୍ବାଚନ; ଭୋଟ୍‌ ଦେବେନି ଡେଲାଙ୍ଗବାସୀ

ପିପିଲି ନିର୍ବାଚନ; ଭୋଟ୍‌ ଦେବେନି ଡେଲାଙ୍ଗବାସୀ

ପିପିଲି: ପିପିଲି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର ଜୋର ଧରିଛି। ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ତେବେ ଏହା ମଧ୍ୟରେ ଏହି ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ଗ୍ରାମର ବାସିନ୍ଦା ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେମାନେ ନିର୍ବାଚନରେ ଭାଗ ନେବେନି କି କୌଣସି ନେତା ଓ ମନ୍ତ୍ରୀଙ୍କୁ ପ୍ରଚାରରେ ସହଯୋଗ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ସେମାନଙ୍କ ଗାଁ’କୁ ଯିବା ଆସିବା ପାଇଁ ତିଆରି ହୋଇଥିବା ପୋଲ ଏବେ ବି ଅଧାପନ୍ତରିଆ ହୋଇ ପଡ଼ିରହିଛ। ଏଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ବି ଏହି ଗ୍ରାମର ଲୋକମାନେ ଡଙ୍ଗା ମାଧ୍ୟମରେ ଯିବାଆସିବା କରୁଛନ୍ତି। ଏଥିପାଇଁ ଲୋକେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଓ କେବଳ ଭୋଟବେଳେ ନେତାମମାନେ ଦର୍ଶନ ଦେଉଛନ୍ତି ଓ ପରେ ଉଭାନ ହୋଇଯାଉଛନ୍ତି ବୋଲି ଲୋକେ କହିଛନ୍ତି । ତେଣୁ ଏହି ଗାଁ’ର ଲୋକମାନେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।