୨୮ରେ ଓଡ଼ିଶା ଆସିବେ ଅମିତ ଶାହା, କରିବେ ସିଏଏ ସପକ୍ଷରେ ରାଲି
୨୮ରେ ଓଡ଼ିଶା ଆସିବେ ଅମିତ ଶାହା, କରିବେ ସିଏଏ ସପକ୍ଷରେ ରାଲି
admin
Feb 24, 2020 - 10:03
Updated: Feb 24, 2020 - 10:03
ଆସନ୍ତା ୨୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଭୁବନେଶ୍ୱରରେ ସିଏଏ ସପକ୍ଷରେ କରିବେ ରାଲି । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ୨୮ ତାରିଖରେ ଭୁବନେଶ୍ୱର ବିମାନମନ୍ଦରରେ ପହଂଚିବେ ସ୍ମରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ସେଠାରେ ତାଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯିବ । ଏହା ପରେ ସେ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ନିଜ ଅଭିଭାଷଣ ରଖିବେ । ଭୁବନେଶ୍ୱର ଜନତା ମଇଦାନରେ ଆସନ୍ତା ୨୮ ତାରିଖରେ ନାଗରିକ ସଂଶୋଧନ ଆଇନ ପ୍ରଣୟନର ସମର୍ଥନ ଲାଗି ଏହି ବିଶାଳ ଜନ ସଭା ହେବ । ଏଥିରେ ୧ଲକ୍ଷ ଲୋକେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସିିଏଏ ସପକ୍ଷରେ ରାଲିରେ ଅମିତ ଶାହାଙ୍କ ସହ ବୁଥ ସ୍ତରୀୟ ସମସ୍ତ କର୍ମକର୍ତ୍ତା ଯୋଗଦେବେ । ଏହାପରେ ଅମିତ ଶାହା ଭୁବନେଶ୍ୱରରେ ରାତ୍ରି ଯାପନ କରିବେ । ୨୯ ତାରିଖ ଦିନ ଅମିତ ଶାହା ଶ୍ରୀଜଗନ୍ନାଥ ଓ ପ୍ରଭୁ ଲିଙ୍ଗରାଜଙ୍କୁ ଦଶନ କରିବା କାର୍ଯ୍ୟକ୍ରମ ରହିଛି ।