ୱାଶିଂଟନ୍ରେ ମୋଦିଙ୍କୁ ଭବ୍ୟ ସ୍ବାଗତ
ୱାଶିଂଟନ୍ରେ ମୋଦିଙ୍କୁ ଭବ୍ୟ ସ୍ବାଗତ
ୱଶିଂଟନ: ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସ୍ୱତନ୍ତ୍ର ବିମାନ ଯୋଗେ ୫ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି । ଭାରତୀୟ ସମୟ ଅନୁଯାୟୀ ଗୁରୁବାର ସକାଳେ ସେ ୱଶିଂଟନରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ସେ ପେନସିଲଭାନିୟା ସ୍ଥିତ ହୋଟେଲ ୱିଲାର୍ଡ ଇଣ୍ଟରକଣ୍ଟିନେଣ୍ଟାଲ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ଥିବା ଶତାଧିକ ପ୍ରବାସୀ ଭାରତୀୟ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଆଜି ଆମେରିକା ସମୟ ଅନୁସାରେ ସକାଳ ୯ଟା୪୦ରେ ସେ ହୋଟେଲରେ ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହ କଥା ହେବାର କାର୍ୟ୍ୟକ୍ରମ ରହିଛି । ଏହା ପରେ ମୋଦି ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହ ସାକ୍ଷାତ କରିବେ । ହ୍ୱାଇଟ ହାଉସରେ ସେ କମଲା ହ୍ୟାରିସଙ୍କୁ ଭେଟବେ । ଏହି ସାକ୍ଷାତକାରରେ ଦୁଇ ଦେଶ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ ହୋଇପାରେ । ଏହାସହିତ ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ । ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହା ପ୍ରଥମ ସାକ୍ଷାତ ହେବ।




admin 