ପଦ ଛାଡିଲେ ରାହୁଲ

ପଦ ଛାଡିଲେ ରାହୁଲ

ପଦ ଛାଡିଲେ ରାହୁଲ
ଭୁବନେଶ୍ୱର : ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ହେବା ପରେ ରାହୁଲ ଗାନ୍ଧୀ ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଫଳରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପିସିସି ସଭାପତି ପଦରୁ ଇସ୍ତଫା ପଦରୁ ଇସ୍ତଫା ଦେଇଛନ୍ତି । ବିଜେପିକୁ ହରାଇବା ପାଇଁ ସ୍ୱପ୍ନ ଦେଖୁଥିବା ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନିଜ ପାରିବାରିକ ଆମେଥି ଆସନରୁ ହାରି ଯାଇଛନ୍ତି । ବହୁଚର୍ଚ୍ଚିତ ଆମେଥି ଆସନରେ ତାଙ୍କୁ ପରାସ୍ତ କରିଛନ୍ତି ସ୍ମୃତି ଇରାନୀ । ତେବେ କେରଳର ୱାଇନାଡ଼ ଆସନରେ ସେ ବିଜୟୀ ହେବାରେ ସମର୍ଥ ହୋଇଛନ୍ତି । ଏନେଇ ରାହୁଲ କହିଛନ୍ତିଯେ, ଜନତା ହିଁ ସମସ୍ତଙ୍କ ମାଲିକ । ସେ ନିଜର ପରାଜୟକୁ ସ୍ୱୀକାର କରିବା ସହ ନରେନ୍ଦ୍ର ମୋଦି ଓ ସ୍ମୃତି ଇରାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।