ପଞ୍ଜାବ ଭୋଟ୍‌ ପୂର୍ବରୁ ୪ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ପଞ୍ଜାବ ଭୋଟ୍‌ ପୂର୍ବରୁ ୪ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ପଞ୍ଜାବ ଭୋଟ୍‌ ପୂର୍ବରୁ ୪ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ଚଣ୍ଡିଗଡ: ପଞ୍ଜାବ ବିଧାନସଭ ନିର୍ବାଚନ ପୂର୍ବରୁ ହୋଇଛ ବଡ଼ଧରଣର ଧରପଗଡ଼। ଧରାପଡ଼ିଛନ୍ତି ୪ ଖଲିସ୍ତନୀ ଆତଙ୍କବାଦୀ। ସମସ୍ତେ ହରିୟାଣାର ସୋନିପତିରୁ ଧରାପଡିଛନ୍ତି । ଶନିବାର ଖଲିସ୍ତାନୀ ସଙ୍ଗଠନ ସହ ଜଡିତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି ପୁଲିସ। ଏମାନେ ପଞ୍ଜାବ ନିର୍ବାଚନରେ ଅଘଟଣା ଘଟାଇବା ପାଇଁ ଯୋଜନା କରିଥିବା ପୁଲିସ କହିଛି।

ସୂଚନା ମୁତାବକ, ଗତକାଲି ପୁଲିସ ୩ ଜଣ ଆତଙ୍କବାଦୀଙ୍କୁ ହରିଆଣାର ଜୁଆଁ ଗାଁରୁ ଗିରଫ କରିଥିବା ବେଳେ ଜଣକୁ ସନ୍ଧ୍ୟାରେ ସୋନିପତରୁ ଗିରଫ କରିଥିଲା। ଗିରଫ ଆତଙ୍କବାଦୀମାନେ ସୋସିଆଲ ମିଡିଆ ଜରିଆରେ ଖାଲିସ୍ତାନ ଟାଇଗର ଫୋର୍ସ ଏବଂ ଇଣ୍ଟରନ୍ୟାସନାଲ ଶିଖ ୟୁଥ ଫେଡେରେସନ୍ ସହିତ ଜଡିତ ଥିଲେ।

ପୁଲିସ ଏହି ଚାରି ଜଣଙ୍କ ଠାରୁ ଗୋଟିଏ ଏକେ-୪୭, ଚାରିଟି ବିଦେଶୀ ପିସ୍ତଲ, ଗୋଟିଏ ଦେଶି ବନ୍ଧୁକ ଏବଂ ୫୬ଟି ଜୀବନ୍ତ ଗୁଳି ଜବତ କରିଛି। ଏହି ଚାରିଜଣ ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ କାନାଡାରେ ବସିଥିବା ଆତଙ୍କବାଦୀଙ୍କ ସହ ଜଡିତ ଥିଲେ। ପଞ୍ଜାବ ପୁଲିସ ଏବଂ ଗୁଇନ୍ଦା ଏଜେନ୍ସିରୁ ମିଳିଥିବା ସୂଚନାକୁ ଉପରେ ଆଧାର କରି ପୁଲିସ ଏମାନଙ୍କ ଅନ୍ୟ ସହଯୋଗୀମାନଙ୍କୁ ଖୋଜୁଛି।

ଏଏନ୍ଆଇ ରିପୋର୍ଟ ମୁତାବକ, ଏହି ଆତଙ୍କବାଦୀମାନେ ସୋଶାଲ ମିଡିଆ ମାଧ୍ୟମରେ ପଞ୍ଜାବରେ ନିର୍ବାଚନରେ ଅପ୍ରତିକର ପରିସ୍ଥିତି ସୃଷ୍ଟି କରିବା ପାଇଁ ଯୋଜନା କରିଥିଲେ। ଡିସେମ୍ବର ୮ ତାରିଖରେ ଏମାନେ ପଞ୍ଜାବର ରୋପରରେ ଅବତାର ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଥିଲେ।