ଭାରତରେ ବାଘ ସଂଖ୍ୟା ୨୯୬୭

ଭାରତରେ ବାଘ ସଂଖ୍ୟା ୨୯୬୭

ଭାରତରେ ବାଘ ସଂଖ୍ୟା ୨୯୬୭
ନୂଆଦିଲ୍ଲୀ:ବ୍ୟାଘ୍ର ଦିବସ ଅବସରରେ ବ୍ୟାଘ୍ର ସର୍ବେକ୍ଷଣ ରିପୋର୍ଟ ଉନ୍ମୋଚିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଘ୍ର ରିପୋର୍ଟକୁ ଉନ୍ମୋଚିତ କରିଛନ୍ତି । ୨୦୧୪ରେ କରାଯାଇଥିବା ବ୍ୟାଘ୍ର ଗଣନା ଅନୁଯାୟୀ, ଦେଶରେ ସମୁଦାୟ ୨୨୨୬ଟି ବାଘ ଥିବା ବେଳେ ଏଥର ବାଘ ସଂଖ୍ୟା ୭୪୧ଟି ବାଘ ବୃଦ୍ଧି ପାଇ ପ୍ରାୟ ୨୯୬୭ରେ ପହଂଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିପୋର୍ଟ ଉନ୍ମୋଚନ କଲାବେଳେ କହିଛନ୍ତି ବାଘ ପାଇଁ ଭାରତ ସୁରକ୍ଷିତ ସ୍ଥାନ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଅଲ ଇଣ୍ଡିଆ ଟାଇଗର ଏଷ୍ଟିମେସନ ରିପୋର୍ଟ-୨୦୧୮ ଜାରି କରିଛନ୍ତି । ୨୦୦୬ରେ ପ୍ରୋଜେକ୍ଟ ଟାଇଗରର ପୁନର୍ଗଠନ ପରେ ଚତୁର୍ଥ ଥର ପାଇଁ ଦେଶରେ ବ୍ୟାଘ୍ର ଗଣନା କରାଯାଇଛି ।