ବର ସମେତ ୯ ମୃତ

ବର ସମେତ ୯ ମୃତ

ବର ସମେତ ୯ ମୃତ

ଜୟପୁର: ରାଜସ୍ଥାନ କୋଟା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ନଦୀକୁ କାର୍ ଖସିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ । କାରରେ ଥିବା ସମସ୍ତ ଯାତ୍ରୀ ଏକ ବିବାହରେ ଯୋଗ ଦେବାକୁ ଯାଉଥିଲେ । ହେଲେ ବାଟରେ ଗାଡିଟି ଭାରସାମ୍ୟ ହରାଇ ଚମ୍ବଲ ନଦୀରେ ଖସିଯିବାରୁ ୯ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବିବାହ କରିବାକୁ ଯାଉଥିବା ବର ମଧ୍ୟ ସାମିଲ ଅଛନ୍ତି । ମୃତ ବର ଜଣଙ୍କ ବିବାହ ପାଇଁ ଉଜୈନ ଯାଉଥିଲେ । ରବିବାର ସକାଳେ ଏହି ଦୁଃଖଦ ଘଟଣା ଘଟିଛି ।

ଏ ନେଇ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନଦୀରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯିବା ସହ କ୍ରେନ୍ ଯୋଗେ ନଦୀ ମଧ୍ୟରୁ ଗାଡିକୁ ଉଦ୍ଧାର କରାଯାଇଛି ।