ପଂଚାୟତ ନିର୍ବାଚନ ବିଜ୍ଞପ୍ତି ଆସିଲା
ପଂଚାୟତ ନିର୍ବାଚନ ବିଜ୍ଞପ୍ତି ଆସିଲା
ଭୁବନେଶ୍ୱର: ଗୋଟିଏ ପଟେ କରୋନାର ତୃତୀୟ ଲହର ଚିନ୍ତା ଓ ଅନ୍ୟପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଜି ପଂଚାୟତ ନିର୍ବାଚନ ଲାଗି ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ, ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫେବୃଆରୀ ୧୬ରେ ହେବ । ଫେବୃଆରୀ ୧୬, ୧୮, ୨୦,୨୨ ଓ ୨୪ତାରିଖରେ ମତଦାନ ହେବ । ଏଥିପାଇଁ ଜାନୁଆରୀ ୧୭ ରୁ ୨୧ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିବେ ।
ଚଳିତଥର ରାଜ୍ୟର ସମସ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଭୋଟ ଗଣତି ହେବ । ଆସନ୍ତା ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ପ୍ରତ୍ୟେକ ଦିନ ଗୋଟିଏ ବ୍ଲକରେ ଗୋଟିଏ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯିବ । ସେହି ଜିଲ୍ଲା ପରିଷଦ ଜୋନରେ ଯେତେ ସରପଞ୍ଚ ଓ ସମିତି ସଭ୍ୟ ଥିବେ ସେମାନଙ୍କର ମଧ୍ୟ ଭୋଟଗଣତି ସେହିଦିନ ହେବ । ଭୋଟ ଗଣତିକୁ ସରଳ ଓ ସହଜ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।




admin 