ମକରରେ ଘଟଗାଁ ମା' ତାରିଣୀ ଦର୍ଶନ ମନା

ମକରରେ ଘଟଗାଁ ମା' ତାରିଣୀ ଦର୍ଶନ ମନା

ମକରରେ ଘଟଗାଁ ମା' ତାରିଣୀ ଦର୍ଶନ ମନା

କେନ୍ଦୁଝର : ଆସନ୍ତାକାଲି ମକର ସଂକ୍ରାନ୍ତି। ଏଣୁ ରାଜ୍ୟର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ତେବେ ଏବେ ପୁଣି କରୋନା ସଂକ୍ରମଣ ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ମନ୍ଦିରଗୁଡ଼ିକୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ କରାଯାଉଛି। ଆସନ୍ତାକାଲି କେନ୍ଦୁଝର ଜିଲ୍ଲା  ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବନ୍ଦ ରହିବ। ମକର ସଂକ୍ରାନ୍ତିରେ ମା’ ତାରିଣୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସନ୍ତି। ଏଣୁ ଏହାକୁ ଏଡ଼ାଇବାକୁ ଆସନ୍ତାକାଲି ଏଠାରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି।

କାଲି ମନ୍ଦିର ପରିସରକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ। ହେଲେ ମା’ଙ୍କ ନୀତିକାନ୍ତି ଯଥାରୀତି ସଂପନ୍ନ କରାଯିବ। ମା’ଙ୍କ ବେଶ, ସକାଳ ଆଳତି , ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତି ଓ ପହଡ଼ ଆଳତି ଯଥାର ସଂପାଦନ ହେବ ବୋଲି ଟ୍ରଷ୍ଟ ବୋର୍ଡର ସଭାପତି ରାଜେନ୍ଦ୍ର ପଟ୍ଟନାଏକ ସୂଚନା ଦେଇଛନ୍ତି।