ଡମଣଭୂମି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଡମଣଭୂମି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଡମଣଭୂମି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ
ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରବିବାର ରାତିରେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂମି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଗୁଳି, ବୋମା ମାଡରେ ଉଭୟ ପକ୍ଷରୁ ୧୨ ଜଣ ଓ ଢେଲା ମାଡରେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି । ଗୋଟିଏ ଗୋଷ୍ଠୀର ଆହତ ଓ ସାଧାରଣ ଲୋକଟିକୁ ଜଙ୍କିଆ ଥାନା ପୁଲିସ ଖୋର୍ଦ୍ଧା ସଦରମହକୁମା ଗୋପବନ୍ଧୁ ଚିକିତ୍ସାଳୟକୁ ଆଣିଥିବା ବେଳେ ଅନ୍ୟ ଗୋଷ୍ଠୀର ଆହତଙ୍କୁ ସ୍ଥାନୀୟ ଲୋକ ଭୁବନେଶ୍ୱର ଏମସ୍‍କୁ ପଠାଇଥିବା ଜଣାପଡ଼ିଛି । ଉତ୍ତେଜନା ଲାଗି ରହିଥିବାରୁ ଗ୍ରାମରେ ପୁଲିସ ମୁତୟନ କରାଯାଇଛି । ଏମସ୍‍ରେ ପାଣ୍ଡବ ଭୋଳ, ବିଶ୍ୱନାଥ ବେହେରା, ଗଦାଧର ଭୋଳ, ତୋଫାନ ଭୋଳ, ମହେଶ୍ୱର ଭୋଳ, ପ୍ରଭାତ ଦଳେଇ, ଦେବରାଜ ଭୋଳ ଭର୍ତ୍ତି ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଗୋପବନ୍ଧୁ ଜିଲା ଚିକିତ୍ସାଳୟରେ ସୁଭଦ ଭୋଳ, ସନାତନ ଭୋଳ, ପ୍ରଶାନ୍ତ ଭୋଳ, ଲିଙ୍କନ ଭୋଳ, ପ୍ରଶାନ୍ତ ଭୋଳ, ମନୋରଞ୍ଜନ ଭୋଳ ଓ ସାଧାରଣ ଲୋକ ପ୍ରକାଶ ପ୍ରଧାନ ଭର୍ତ୍ତି ହୋଇଛନ୍ତି ।