ଦୋଳ ପୂର୍ଣ୍ଣିମା ପାଇଁ ବିଏମସିର କଟକଣା

ଦୋଳ ପୂର୍ଣ୍ଣିମା ପାଇଁ ବିଏମସିର କଟକଣା

ଦୋଳ ପୂର୍ଣ୍ଣିମା ପାଇଁ ବିଏମସିର କଟକଣା
ଭୁବନେଶ୍ୱର : ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ବିଏମସି ପକ୍ଷରୁ ଦୋଳ ଓ ହୋଲି ପାଇଁ ପୂର୍ବରୁ କରାଯାଇଥିବା କଟକଣାକୁ ଆହୁରି କଡ଼ା କରାଯାଇଛି । ତେବେ କ’ଣ କଟକଣା କରାଯାଇଛି ଆସନ୍ତା ଜାଣିବା: ୧- ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ୨- ଦୋଳ ବିମାନ ନେଲାବେଳେ ଶୋଭାଯାତ୍ରା, ସାଉଣ୍ଡ ସିଷ୍ଟମ ମନା ୩- ବିମାନ କାନେ୍ଧଇଥିବା ଲୋକ ଠିକଭାବେ ମାସ୍କ ପିନ୍ଧିବା ଜରୁରୀ ୪- ଦୋଳ ମେଳଣରେ ସର୍ବାଧିକ ୫୦/୬୦ ଲୋକ ରହିପାରିବେ ୫- ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧି ୬୦ ଲୋକ ରହିପାରିବେ ୬- ସର୍ବାଧିକ ଯେମିତି ୬୦ ରହିବେ, ଆୟୋଜକ ତାହା ନିଶ୍ଚିତ କରିବେ ୭- ମେଳଣରେ ଯାତ୍ରା, ମେଲୋଡ଼ି ଓ ମୀନାବଜାର ସମ୍ପୂର୍ଣ୍ଣ ବାରଣ