ବାପାକୁ ହତ୍ୟା କଲା ପୁଅ

ବାପାକୁ ହତ୍ୟା କଲା ପୁଅ

 ବାପାକୁ ହତ୍ୟା କଲା ପୁଅ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦୁର୍ଗାପୁର କୋଡ଼ାସାହିରେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି । ସ୍ୱାମୀକୁ ସୁରକ୍ଷା ପାଇଁ ଉଦ୍ୟମ କରି ମା ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଆଜି ସକାଳ ସାଢ଼େ ଆଠଟାରେ ବାଳକୃଷ୍ଣ ବେହେରା(୪୬) ଘରେ ଥିଲେ । ତାଙ୍କ ପୁଅ ତ୍ରିନାଥ(୨୧) ଏହି ସମୟରେ ସାହି ନଳକୂଅରୁ ଗାଧୋଇ ଘରକୁ ଫେରିଥିଲେ । ଏହି ସମୟରେ ବାପ ଓ ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ାରେ ଉତ୍ତ୍ୟକ୍ତ ହୋଇ ତ୍ରିନାଥ ଘରେ ଥିବା ଟାଙ୍ଗିଆରେ ବାପାର ବେକକୁ ଆକ୍ରମଣ କରିଥିଲା । ସ୍ୱାମୀକୁ ସୁରକ୍ଷା ଦେବା ପାଇଁ କୃଷ୍ଣର ପତ୍ନୀ ରୁକ୍ମିଣୀ(୩୮) ଉଦ୍ୟମ କରୁଥିବା ସମୟରେ ପୁଅର ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ତେବେ ଘଟଣାସ୍ଥଳରେ କୃଷ୍ଣ ମୃତ୍ୟୁବରଣ କରିଥିଲେ। ରୁକ୍ମିଣୀକୁ ଜରପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜରପଡ଼ା ଥାନା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।