ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ପାଖାପାଖି ୭୨ ଘଣ୍ଟା ଶବ ପଡ଼ିରହିଛି

ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ପାଖାପାଖି ୭୨ ଘଣ୍ଟା ଶବ ପଡ଼ିରହିଛି

 ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ପାଖାପାଖି ୭୨ ଘଣ୍ଟା ଶବ ପଡ଼ିରହିଛି
ଆନନ୍ଦପୁର: ଶବ ପଡ଼ିରହିଛି । ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ପାଖାପାଖି ୭୨ ଘଣ୍ଟା । କେହି ଉଠାଉନାହାନ୍ତି । ପଡ଼ି ପଡ଼ି ଶବ ପଚିବା ଆରମ୍ଭ ହୋଇଗଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ମୃତୁ୍ୟର ୭୨ଘଣ୍ଟା ପରେ ବି ଶବ ସଂସ୍କାର ହେଲାନି । ଘସିପୁରା ଥାନା ଜାମବାହାଳି ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ପଚୁଛି । ଫୋରେନସିକ ଟିମ ଆସିବ କହି ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଉନଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ଶନିବାର ଜାମବାହାଳି ଗ୍ରାମରେ ଜଣେ ମହିଳାଙ୍କ ସନେ୍ଦହଜନକ ଅବସ୍ଥାରେ ମୃତୁ୍ୟ ଘଟିଥିଲା । ଦେହରେ କ୍ଷତଚିହ୍ନ ସହ ଭଙ୍ଗା ଚୁଡ଼ି ମୃତଦେହ ପାଖରୁ ମିଳିଥିଲା । ଖବର ପାଇ ପୁଲିସ ଗତକାଲି ପହଞ୍ଚିଥିଲେ ବି ଶବ ଉଠାଇନଥିଲା । ଫୋରେନସିକ ଟିମ ଆସି ତଦନ୍ତ କଲା ପରେ ଶବ ଉଠାଯିବ ବୋଲି ପୁଲିସ କହିଥିଲା । ତେବେ ଏଯାବତ ୭୨ ଘଣ୍ଟା ବିତିଥିଲେ ବି ଫୋରେନସିକ ଟିମ ପହଞ୍ଚି ନାହିଁ । ଶବ ପଡ଼ି ପଚୁ ଥିବାବେଳେ ଗ୍ରାମରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।