ମେଡିକାଲ ବଣ୍ଡ ପଲିସି ନିୟମ ବଦଳିଲା
ମେଡିକାଲ ବଣ୍ଡ ପଲିସି ନିୟମ ବଦଳିଲା
admin
Aug 16, 2019 - 10:39
Updated: Aug 16, 2019 - 10:39
ଭୁବନେଶ୍ୱର: ବଦଳିଲା ମେଡିକାଲ ବଣ୍ଡ ପଲିସି ନିୟମ । ରାଜ୍ୟ ସରକାର ମେଡିକାଲ ବଣ୍ଡ ପଲିସି ନିୟମକୁ ପରିବର୍ତ୍ତନ କରିଛନ୍ତି । ନୂଆ ନିୟମ ଚଳିତ ବର୍ଷ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ନୂତନ ନିୟମଗୁଡ଼ିକ ହେଲା-
୧- ଏମବିବିଏସ ପରେ ପିଜି କୋର୍ସ କଲେ ଏବେ ରାଜ୍ୟରେ ରହିବାକୁ ବାଧ୍ୟ ।
୨- ସରକାରୀ ମେଡିକାଲ କଲେଜରେ ଏମବିବିଏସ କରି ପିଜି କଲେ ରାଜ୍ୟରେ ରହିବାକୁ ପଡ଼ିବ ।
୩- ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ ।
୪- ରାଜ୍ୟ ସରକାରଙ୍କ ଅଧୀନରେ ୨ ବର୍ଷ କାମ କରିବାକୁ ବାଧ୍ୟ
।
୫- ଯଦି ରାଜ୍ୟ ସରକାରଙ୍କ ଅଧୀନରେ କାମ ନକରନ୍ତି ତେବେ ପାଉଣା ଗଣିବାକୁ ପଡ଼ିବ ।
୬- ପିଜି ପିଲା ଦେଢ଼ କୋଟି ଦେବାକୁ ଥିବାବେଳେ ସୁପର ସ୍ପେଶାଲିଷ୍ଟ ପିଲା ୨ କୋଟି ପାଉଣା ଗଣିବେ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ କହିବା ଅନୁସାରେ, ଯେଉଁମାନେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ମେଡିକାଲ କଲେଜମାନଙ୍କରେ ପାଠପଢି ବାହାରକୁ ପିଜି କରିବାକୁ ଯିବେ ସେମାନଙ୍କୁ ମେଡିକାଲ ବଣ୍ଡ ପଲିସି ବାବଦକୁ ସର୍ବନିମ୍ନ ଦେଢ କୋଟି ଟଙ୍କା ଜମା କରିବାକୁ ହେବ । ସେହିଭଳି ସୁପର ସ୍ପେଶାଲିଷ୍ଟ ଛାତ୍ରଛାତ୍ରୀଙ୍କୁ ୨ କୋଟି ଟଙ୍କା ଜମା କରିବାକୁ ପଡିବ । ତେବେ ପୂର୍ବରୁ ଏଥିପାଇଁ ୩୬ ଲକ୍ଷ ଟଙ୍କା ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡୁଥିଲା । ଯେଉଁ କାରଣରୁ ଓଡିଶାରେ ଡାକ୍ତର ନିଅଣ୍ଟ ପଡୁଥିଲେ । ତେଣୁ ବଣ୍ଡ ପଲିସି ଏହି ନୂଆ ନିୟମ ଅନୁସାରେ ଏଣିକି ଛାତ୍ରଛାତ୍ରୀଙ୍କୁ ୩୬ ଲକ୍ଷ ପରିବର୍ତ୍ତେ ଦେଢରୁ ୨ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ଖାଲି ଏତିକି ନୁହେଁ ଯେଉଁମାନେ ଓଡିଶାକୁ ପାଠପଢିବାକୁ ଆସିବେ ସେମାନଙ୍କୁ ଓଡିଶାରେ ସର୍ବନିମ୍ନ ୨ ବର୍ଷ ରହି କାମ କରିବାକୁ ବାଧ୍ୟ ଅଟନ୍ତି ନଚେତ ଏତିକି ଟଙ୍କା ଦେଲେ ଯାଇ ସେମାନେ ଯାଇପାରିବେ ।
ତେବେ ଓଡିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଯେଉଁମାନେ ଓଡିଶାର ମେଡିକାଲ କଲେଜ ମାନଙ୍କରେ ପାଠପଢୁଛନ୍ତି ସେମାନେ ଅନ୍ତତଃ ଓଡିଶାବାସୀଙ୍କ ସେବା କରିବା ଦରକାର । ତେଣୁ ଏହି ବଣ୍ଡର ପଇସା ବଢାଇଦେବା ଫଳରେ ବହୁତ ଡାକ୍ତର ଓଡିଶାରେ ରହିବେ ଏବଂ ଲୋକଙ୍କର ସେବା କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।