ଜାମ୍ମୁ କାଶ୍ମୀର ଓ ଲଦାଖରେ ନୂଆ ଯୁଗର ଆରମ୍ଭ:ପ୍ରଧାନମନ୍ତ୍ରୀ

ଜାମ୍ମୁ କାଶ୍ମୀର ଓ ଲଦାଖରେ ନୂଆ ଯୁଗର ଆରମ୍ଭ:ପ୍ରଧାନମନ୍ତ୍ରୀ

ଜାମ୍ମୁ କାଶ୍ମୀର ଓ ଲଦାଖରେ ନୂଆ ଯୁଗର ଆରମ୍ଭ:ପ୍ରଧାନମନ୍ତ୍ରୀ
ଦେଶ ଏକ ଐତିହାସିକ ନିଷ୍ପତି ନେଇଛି । ଯେଉଁ ସ୍ୱପ୍ନ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ, ବାବା ସାହେବ ଆମ୍ବେଦକର, ଶ୍ୟାମପ୍ରସାଦ ମୁଖାର୍ଜୀ ଓ ଅଟଳ ବିହାରୀ ବାଜପାୟୀ ଦେଖୁଥିଲେ ସେହି ସ୍ୱପ୍ନ ପୂରଣ ହେଲା । ଜାମ୍ମୁ କାଶ୍ମୀର ଓ ଲଦାଖରେ ନୂଆ ଯୁଗର ଆରମ୍ଭ ହେଲା । ଦେଶର ସବୁ ନାଗରିକଙ୍କ ହକ ଓ ଦାୟିତ୍ୱ ସମାନ । ଜାମ୍ମୁକାଶ୍ମୀର ଓ ଲଦାଖ ଲୋକଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ବେଳେବେଳେ ମନେହୁଏ ଦେଶରେ ଏମିତି କିଛି ପୁରୁଣା ବ୍ୟବସ୍ଥା ରହିଛି ଯାହା ବଦଳିବ ନାହିଁ । ୩୭୦ ଧାରା ସହ ବି ଏମିତି ହୋଇଥିଲା । ତେବେ ଏହାଦ୍ୱାରା ଜାମ୍ମୁକାଶ୍ମୀର ଓ ଲଦାଖ ଭାଇଭଉଣୀଙ୍କର ଯେଉଁ କ୍ଷତି ହେଉଥିଲା, ତାହାର ଆଲୋଚନା ବି ହେଉନଥିଲା । ଆପଣ ଯାହାକୁ ବି କହିବେ, ସିଏ କହିପାରିବେନି ଧାରା ୩୭୦ ଦ୍ୱାରା ଜାମ୍ମୁକାଶ୍ମୀର ଲୋକଙ୍କର କ’ଣ ଲାଭ ହେଉଥିଲା । ଧାରା ୩୭୦ ଓ ୩୫ (ଏ) ଯୋଗୁଁ ଜାମ୍ମୁକାଶ୍ମୀରରେ ଆତଙ୍କବାଦ ଓ ପରିବାର ବାଦ ସହ ଦୁର୍ନୀତି ହିଁ ବଢ଼ୁଥିଲା । ଏହି ଦୁଇ ଅନୁଚ୍ଛେଦ ଦେଶ ବିରୋ ପାକିସ୍ତାନ ଦ୍ୱାରା ଏକ ଶସ୍ତ୍ର ଭଳି ଏହାକୁ ବ୍ୟବହାର କରାଯାଉଥିଲା । ଗତ ତିନି ଦଶନ୍ଧିରେ ୪୨ ହଜାର ନିଦେ୍ର୍ଧାଷ ଲୋକଙ୍କୁ ଜୀବନ ଦେବାକୁ ପଡ଼ିଛି । ଜାମ୍ମୁକାଶ୍ମୀର ଓ ଲଦାଖର ବିକାଶ ସେଭଳି ଗତିରେ ହୋଇନି, ଯେଭଳି ହେବା କଥା । ବ୍ୟବସ୍ଥାରେ ଦୁର୍ବଳତା ଦୂର ହେଲେ ଜାମ୍ମୁକାଶ୍ମୀରର ସ୍ଥିତି ସୁଧୁରିବ ଓ ଭବିଷ୍ୟତ ସୁଧୁରିବ । ଆମ ଦେଶରେ କୌଣସି ବି ସରକାର ସଂସଦରେ ଆଇନ ବନାଇ ଦେଶର ଭଲ ପାଇଁ କାମ କରନ୍ତି । ପ୍ରତ୍ୟେକ ସରକାର ଏହା ହିଁ କରନ୍ତି । ଏହା ନିରବଚ୍ଛିନ୍ନ ଭାବେ ଚାଲିଥାଏ । ଆଇନ କରିବା ବେଳେ ସଂସଦ ଓ ସଂସଦ ବାହାରେ ବି ଚର୍ଚ୍ଚା ହୋଇଥାଏ । ଏହି ପ୍ରକ୍ରିୟା ଦ୍ୱାରା ଯେଉଁ ଆଇନ ହୋଇଥାଏ ତାହା ଦ୍ୱାରା ଦେଶର ମଙ୍ଗଳ ହୋଇଥାଏ । କିନ୍ତୁ ଆମ ସଂସଦରେ ଏତେ ସଂଖ୍ୟକ ଆଇନ କରାଯାଇଛି, ହେଲେ ଗୋଟିଏ ସ୍ଥାନରେ ଏହି ଆଇନ ଲାଗୁ ହେବା ଉପରେ ପ୍ରତିବନ୍ଧକ ରହିଛି । ଜାମ୍ମୁକାଶ୍ମୀରର ଦେଢ଼ କୋଟିରୁ ଉଦ୍ଧ୍ୱର୍ ଲୋକ ଭାରତୀୟ ଆଇନରୁ ବଂଚିତ ରହିଯାଆନ୍ତି । ଜାମ୍ମୁକାଶ୍ମୀର ପିଲାମାନେ ଶିକ୍ଷା ଅଧିକାରରୁ ବଂଚିତ । ସେମାନଙ୍କର କ’ଣ ଭୁଲ ରହିଛି । ଦେଶର ଅନ୍ୟ ରାଜ୍ୟରେ ଝିଅମାନଙ୍କୁ ଯେଉଁ ଅଧିକାର ରହିଛି, ତାହା ଜାମ୍ମୁକାଶ୍ମୀରର ଝିଅମାନେ ପାଆନ୍ତି ନାହିଁ । ଦେଶରେ ସଫେଇ କର୍ମଚାରୀଙ୍କ ପାଇଁ ଆଇନ ରହିଛି । କିନ୍ତୁ ଜାମ୍ମୁକାଶ୍ମୀରର ସଫେଇ କର୍ମଚାରୀମାନେ ଏଥିରୁ ବଂଚିତ ରହିଥିଲେ । ଦଳିତଙ୍କ ଉପରେ ଅତ୍ୟାଚାର ରୋକିବା ପାଇଁ କଡ଼ା ଆଇନ ଅଛି । ହେଲେ ଜାମ୍ମୁକାଶ୍ମୀରରେ ତାହା ଲାଗୁ ହେଉନଥିଲା । ସଂଖ୍ୟାଲଘୁ ଆଇନ, ସର୍ବନିମ୍ନ ମଜୁରୀ ଆଇନର ସୁବିଧା ବି ସେଠାକାର ଲୋକମାନେ ପାଉନଥିଲେ । ଦେଶର ଅନ୍ୟ ରାଜ୍ୟରେ ନିର୍ବାଚନ ଲଢ଼ିବା ବେଳେ ଏସସି ଏସଟିମାନଙ୍କୁ ଆରକ୍ଷଣ ମିଳେ । ହେଲେ ଜାମ୍ମୁକାଶ୍ମୀରରେ ସେଭଳି ବ୍ୟବସ୍ଥା ନଥିଲା । କିନ୍ତୁ ଏବେ ଧାରା ୩୭୦ ଓ ୩୫ (ଏ) ପୁରୁଣା ଇତିହାସ ହୋଇଯାଇଛି । ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟ କର୍ମଚାରୀ ଓ ପୁଲିସମାନଙ୍କୁ ଦ୍ୱିତୀୟ କେନ୍ଦ୍ର ଶାସିତ ପ୍ରଦେଶ ଭଳି ସୁବିଧା ପ୍ରଦାନ କରିବେ । ଏବେ କେନ୍ଦ୍ର ଶାସିତ ଅଂଚଳରେ ଏଲଟିସି, ହାଉସ ରେଂଟ, ଶିକ୍ଷା ଆଲାଉନ୍ସ ଭଳି ସୁବିଧା ମିଳୁଛି । କିନ୍ତୁ ଅଧିକାଂଶ ଜାମ୍ମୁକାଶ୍ମୀରର ରାଜ୍ୟ କର୍ମଚାରୀମାନେ ପାଉନଥିଲେ । କିନ୍ତୁ ଖୁବଶୀଘ୍ର ଜାମ୍ମୁକାଶ୍ମୀର କର୍ମଚାରୀମାନଙ୍କୁ ଏହି ସୁବିଧା ମିଳିବ । ଜାମ୍ମୁକାଶ୍ମୀର ଓ ଲଦାଖରେ ଥିବା ଖାଲି ପଦବୀ ବି ପୂରଣ କରାଯିବ । ଫଳରେ ସ୍ଥାନୀୟ ଯୁବକମାନଙ୍କୁ ରୋଜଗାରର ସୁବିଧା ମିଳିବ । କେନ୍ଦ୍ର ସରକାରଙ୍କ ପିଏସୟୂ ଓ ବେସରକାରୀ କମ୍ପାନୀ ଦ୍ୱାରା ରୋଜଗାର ଯୋଗାଇ ଦିଆଯିବ । ସରକାର ପ୍ରଧାନମନ୍ତ୍ରୀ ବୃତି ଯୋଜନା ବି ଆରମ୍ଭ କରିବେ । ଯାହାଫଳରେ ବହୁ ବିଦ୍ୟାର୍ଥି ଏହାର ସୁଫଳ ପାଇପାରିବେ । ସେଠାରେ ବିତୀୟ ନିଅଂଟ ବହୁତ ରହିଛି । ତାହାକୁ ହ୍ରାସ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ୩୭୦ ଧାରା ଉଚ୍ଛେଦ ସହ କିଛି ସମୟ ପାଇଁ ଜାମ୍ମୁକାଶ୍ମୀରକୁ କେନ୍ଦ୍ର ଅଧିନରେ ଶାସନ ରଖିବା ପାଇଁ ନିଷ୍ପତି ନିଆଯାଇଛି । ଜାମ୍ମୁକାଶ୍ମୀରରେ ଏବେ ରାଜ୍ୟପାଳ ଶାସନ ଚାଲିଛି । ଫଳରେ ଗତ କିଛି ମାସ ଧରି ସେଠାରେ ବିକାଶ ଦେଖିବାକୁ ମିଳିଛି । ବହୁ ବିକାଶମୂଳକ ପ୍ରକଳ୍ପମାନ କରାଯାଉଛି । ଏହାଛଡ଼ା ସଡ଼କ, ରେଳଲାଇନ, ବିମାନ ବନ୍ଦରର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ଆମ ଦେଶର ଗଣତନ୍ତ୍ର ବହୁତ ସଶକ୍ତ । କିନ୍ତୁ ଜାମ୍ମୁକାଶ୍ମୀରରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଦଶନ୍ଧି ଦଶନ୍ଧି ଧରି ବିଧାନସଭା, ପଂଚାୟତ, ନଗରପାଳିକାରେ ଭୋଟ ଦେବାର ଅଧିକାର ଦିଆଯାଉନଥିଲା । ସେମାନେ ଦେଶ ବିଭାଜନ ବେଳେ ପାକିସ୍ତାନରୁ ଭାରତ ଆସିଥିଲେ । ସେମାନଙ୍କ ପ୍ରତି ଏଭଳି ଅନ୍ୟାୟ କ’ଣ ଏମିତି ଚାଲି ରହିଥା’ନ୍ତା କି ବୋଲି ମୋଦି ପ୍ରଶ୍ନ କରିଛନ୍ତି । କିନ୍ତୁ ଏବେ କାଶ୍ମୀରବାସୀ ହିଁ ସେମାନଙ୍କର ଜନପ୍ରତିନିଧି ଚୟନ କରିବେ । ଜାମ୍ମୁକାଶ୍ମୀରରେ ପୂର୍ବଭଳି ବିଧାୟକ ନିର୍ବାଚନ ହେବ, ମନ୍ତ୍ରୀ ପରିଷଦ ବି ହେବ । ଚାରି ପାଂଚ ମାସ ତଳେ ପଂଚାୟତ ନିର୍ବାଚନରେ ଯେଉଁମାନେ ନିର୍ବାଚିତ ହୋଇଥିଲେ, ସେମାନେ ଭଲ କାମ କରୁଛନ୍ତି । ଜାମ୍ମୁକାଶ୍ମୀରର ଜନତା ନୂଆ ଉତ୍ସାହର ସହ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରୟାସ କରିବେ । ଦଶନ୍ଧି ଦଶନ୍ଧିର ପରିବାରବାଦ ଜାମ୍ମୁକାଶ୍ମୀରର ଯୁବକମାନଙ୍କୁ ନେତୃତ୍ୱର ସୁଯୋଗ ଦେଉନଥିଲା । ଏବେ ନୂଆ ଯୁବକ ଜାମ୍ମୁକାଶ୍ମୀରର ନେତୃତ୍ୱ ନେବେ । ଜାମ୍ମୁକାଶ୍ମୀର ଓ ଲଦାଖ ବିଶ୍ୱର ବୃହତ ପର୍ଯ୍ୟଟନ କେନ୍ଦ୍ର ହୋଇପାରିବ । ହେଲେ ଏଥିପାଇଁ ଭଲ ବାତାବରଣ ଦରକାର । ପ୍ରତ୍ୟେକ ଭାରତବାସୀ ଏଥିପାଇଁ ଆଗେଇ ଆସିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।