ଜଳୁଛି ଜଙ୍ଗଲ

ଜଳୁଛି ଜଙ୍ଗଲ

କରଞ୍ଜିଆ: ଦିନକୁ ଦିନ ସୂର୍ଯ୍ୟଉତ୍ତାପ ବଢ଼ିବାରେ ଲାଗିଛି । ଏଥିମଧ୍ୟରେ ଲୋକଙ୍କର ସାହାରା ହୋଇଥିବା ପ୍ରକୃତିକ ପରିବେଷ ବା ଜଙ୍ଗଲ ଜଳୁଛି । ଏକର ଏକର ଜଙ୍ଗଲରେ ଲାଗିଛି ନିଆଁ । କରଞ୍ଜିଆ ବନଖଣ୍ଡ ସରଭାଡ଼ି ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି । ବନବିଭାଗ କର୍ମଚାରୀଙ୍କ ଉଦ୍ୟମ ସତ୍ତେ୍ୱ ବି ନିଆଁକୁ ଆୟତ୍ତ କରାଯାଇପାରୁନାହିଁ । ଗତ କିଛିଦିନ ହେବ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ରେଞ୍ଜ ଅଞ୍ଚଳରେ ନିଆଁ ଲାଗିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।