ଅସହ୍ୟ ତାତିରେ ସିଝୁଛି ଓଡିଶା
ଭୁବନେଶ୍ୱର: ଫେବୃଆରୀ ନସରୁଣୁ ତାତିଲାଣି ରାଜ୍ୟ । ଖରାର ରାଜୁତି ଉପରେ ହାର ମାନୁଛି ମଣିଷ ସମାଜ, ଜୀବଜନ୍ତୁ, ପଶୁପକ୍ଷୀ । ଦିନକୁ ଦିନ ରାଜ୍ୟରେ ଖରାର ତାପମାତ୍ରା ବଢ଼ିବାରେ ଲାଗିଛି । ଲୋକେ ହନ୍ତସନ୍ତ ହୋଇଗଲେଣି ଦିନ ୧୦ଟା ପରେ ଆଉ ଘରୁ ବାହାରିବା ହୋଇଯାଉଛି କାଠିକର ପାଠ । ଘରୁ ବାହାରକୁ ଯିବା ବେଳେ ହାତରେ ଛତା, ପାଣିବୋତଲ ନେଇ ଘରୁ ବାହାରୁଛନ୍ତି ଲୋକେ । ଏହି ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଗତକାଲିଠାରୁ ଆରମ୍ଭ ହେବାକୁ ଜାଉଛି ଜଳଛତ୍ର ବ୍ୟବସ୍ଥା । ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି ।




admin 