ଓଡ଼ିଶାରେ ପହଞ୍ଚିଲା ଆଇଏଲଏସ୍ ନିର୍ଦ୍ଦେଶକଙ୍କ ପାର୍ଥିବ ଶରୀର
ଓଡ଼ିଶାରେ ପହଞ୍ଚିଲା ଆଇଏଲଏସ୍ ନିର୍ଦ୍ଦେଶକଙ୍କ ପାର୍ଥିବ ଶରୀର
ଭୁବନେଶ୍ଵର : ଓଡ଼ିଶାରେ ପହଞ୍ଚିଲା ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର । ଗୌହାଟୀରୁ ବିମାନ ଯୋଗେ ଆସି ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ଏହାପରେ ବିମାନବନ୍ଦରରୁ ଆଇଏଲ୍ଏସ୍କୁ ନିଆଯିବ। ପରେ ତାଙ୍କ ମୃତଦେହକୁ ଜନ୍ମସ୍ଥାନ ଯାଜପୁର ଜିଲ୍ଲା ଭଗବାନପୁରକୁ ନିଆଯିବାର କାର୍ୟ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି ।
ପ୍ରକାଶ ଥାଉକି, ମଙ୍ଗଳବାର ଦିନ ଗୌହାଟୀରେ ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ଯାଇଥିଲେ । ହେଲେ ସେଠାରେ ହୃଦ୍ଘାତ ଯୋଗୁଁ ତାଙ୍କର ଅକାଳ ବିୟୋଗ ହୋଇଥିଲା । ରାଜ୍ୟରେ କୋଭିଡ୍ ପରିଚାଳନାରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।




admin 