ଜନ୍ମମାଟି ଯାଜପୁରରେ ହେବ ଡା. ଅଜୟ ପରିଡାଙ୍କ ଶେଷକୃତ୍ୟ
ଜନ୍ମମାଟି ଯାଜପୁରରେ ହେବ ଡା. ଅଜୟ ପରିଡାଙ୍କ ଶେଷକୃତ୍ୟ
ଭୁବନେଶ୍ୱର: ଆଇଏଲଏସ୍ କାର୍ୟ୍ୟାଳୟରେ ପଦ୍ମଶ୍ରୀ ଡା. ଅଜୟ ପରିଡାଙ୍କ ମରଶରୀର ପହଞ୍ଚିଛି । ସେଠାରେ ଶେଷ ଦର୍ଶନ ପରେ ଜନ୍ମମାଟି ଯାଜପୁରରେ ତାଙ୍କର ଶେଷକୃତ୍ୟ ହେବ । ଯାଜପୁରର ଭଗବାନପୁରରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ଗତକାଲି ଗୌହାଟିରେ ହୃଦଘାତ ଯୋଗୁ ଡା. ଅଜୟ ପରିଡାଙ୍କ ପରଲୋକ ହୋଇଥିଲା । ସୂଚନା ଅନୁଯାୟୀ ଡା. ଅଜୟ ପରିଡ଼ା ଏକ ସରକାରୀ କାର୍ୟ୍ୟକ୍ରମରେ ଗୌହାଟୀ ଗସ୍ତରେ ଥିଲେ ।
ସେଠାରେ ତାଙ୍କର ଏକ କନଫରେନ୍ସିଂରେ ଯୋଗଦେବାର କାର୍ୟ୍ୟକ୍ରମ ଥିଲା । ହେଲେ ରାତିରେ ସେ ଶୋଇଥିବା ବେଳେ ହୃଦଘାତ ଯୋଗୁ ତାଙ୍କର ସେଠାରେ ପରଲୋକ ହୋଇଥିଲା । ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଖବର ପାଇ ଗୌହାଟୀ ଅଜୟଙ୍କ ପାରିବାର ଲୋକ ପହଞ୍ଚିଥିଲେ । ତେବେ ଆଜି ତାଙ୍କ ପ୍ରାର୍ଥିବ ଶରୀର ଓଡ଼ିଶା ଆସିବା ପରେ ଆଇଏଲଏସ୍ କାର୍ୟ୍ୟାଳୟରେ ପହଞ୍ଚିଛି ।




admin 