ରାଜନାଥଙ୍କୁ ନବୀନଙ୍କ ଚିଠି: କୋହଳ ହେଉ ଏନଡିଆରଏଫ୍ ସର୍ତାବଳୀ

ରାଜନାଥଙ୍କୁ ନବୀନଙ୍କ ଚିଠି: କୋହଳ ହେଉ ଏନଡିଆରଏଫ୍ ସର୍ତାବଳୀ

ରାଜନାଥଙ୍କୁ ନବୀନଙ୍କ ଚିଠି: କୋହଳ ହେଉ ଏନଡିଆରଏଫ୍ ସର୍ତାବଳୀ
ଭୁବନେଶ୍ୱର : ଫୋନି ପ୍ରଭାବରେ ପୁରୀ ଓ ଅନ୍ୟ ଜିଲ୍ଲାରେ ଶକ୍ତ କ୍ଷେତ୍ରରେ ଭିତିମୂମିର ଅକଳନୀୟ କ୍ଷତି ଘଟିଛି । କିନ୍ତୁ ଏବେକାର ଏନଡିଆରଏଫ୍ ନିୟମ ଅନୁସାରେ କ୍ଷତିଗ୍ରସ୍ତ ହୋଇଥିବା ୧୧ କେଭିର ଖୁଂଟ , ଟ୍ରାନ୍ସଫର୍ମର ପାଇଁ ସହାୟତା ରାଶି ମିଳିପାରିବ । ୨୨୦ କେଭି, ୧୩୨ କେଭି ଟାୱାର, ଗ୍ରୀଡ ସବଷ୍ଟେସନ୍ , ୩୩ କେଭି ଖୁଂଟ, ପ୍ରାଥମିକ ସବଷ୍ଟେସନର ଗୁରୁତର କ୍ଷତି ହୋଇଛି । ଏହାକୁ ବିଚାରକୁ ନେଇ ଏନଡିଆରଏଫ୍ ନିୟମ କୋହଳ କରାଯାଉ । ଶକ୍ତି କ୍ଷେତ୍ରରେ ପୁନରୁଦ୍ଧାର ପାଇଁ ଅଧିକ ସହାୟତା ରାଶି ମଞ୍ଜୁର ହେଉ । ଏହି ମର୍ମରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଳେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି , ରାଜ୍ୟର ଶକ୍ତକ୍ଷେତ୍ରରେ ୧୧୬୦ କୋଟିର କ୍ଷତି ହୋଇଥିବା ପ୍ରାଥମିକ ଭାବେ ଆକଳନ ହୋଇଛି । କେବଳ ୧୧ କେଭିର କ୍ଷତିକୁ ପୁନରୁଦ୍ଧାର ପାଇଁ ସହାୟତା ରାଶି ଯୋଗାଇବାକୁ ଏନଡିଆରଏଫ୍ ନିୟମ ଅଛି । କିନ୍ତୁ ରାଜ୍ୟରେ କେବଳ ୧୧ କେଭି କ୍ଷତିଗ୍ରସ୍ତ ହୋଇନି ବରଂ ପୂରା ଶକ୍ତି କ୍ଷେତ୍ରରେ ଭୂତିଭୂମି ଦୋହଲିଯାଇଛି । ଏଲଟି ଲାଇନଠାରୁ ଆରମ୍ଭ କରି ୨୨୦ କେଭି ଟାୱାର, ଗ୍ରୀଡ୍ ସବଷ୍ଟେସନ, ଟ୍ରାନ୍ସଫର କ୍ଷତିଗ୍ରସ୍ତ ହୋଇଛି । ଶକ୍ତି କ୍ଷେତ୍ରରେ ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବା ଓ ଏହାକୁ ପୁନରୁଦ୍ଧାର କରିବା ବିଜୁଳି ଯୋଗାଣ କମ୍ପାନିଙ୍କ ପକ୍ଷେ ସମ୍ଭବ ନୁହେଁ । ବିଜୁଳି ଏକ ମୌଳିକ ଓ ଜରୁରି ଆବଶ୍ୟକତା ହୋଇଥିବାରୁ ରାଜ୍ୟ ସରକାର ଏହାକୁ ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କରିବାକୁ କସରତ ଚଳାଇଛନ୍ତି । ବିଜୁଳି କ୍ଷେତ୍ରରେ ହୋଇଥିବା କ୍ଷତିକୁ ମରାମତି କରିବା କାମ ବହୁଳ ବ୍ୟୟସାପେକ୍ଷ । ଲୋକଙ୍କ ଜରୁରି ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସକାକର ଏକାକି ଏହାର ମରାମତି କାମ ହାତକୁ ନେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଏହାକୁ ବିଚାର କରି ଏନଡିଆରଏଫ୍ ନିୟମକୁ କୋହଳ କରି ଶକ୍ତିକ୍ଷେତ୍ରକୁ ଅଧିକ ସହାୟତା ରାଶି ଦିଅନ୍ତୁ ବୋଲି ନବୀନ ଚିଠିରେ ରାଜନାଥଙ୍କୁ ଅନୁରୋଧ କରିଛନ୍ତି ।